ବିଦ୍ୟୁତ ଆଘାତ ରେ ଲାଇନ ମ୍ୟାନ ଗୁରୁତର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡା ପଞ୍ଚାୟତ ଅନ୍ତର୍ଗତ ବାଲିଆ ପଟା ଓ ପଙ୍କାଳ ଗ୍ରାମ ରେ ଥିବା ବିଦ୍ୟୁତ ଫିଉଜ ସେଣ୍ଟର ରେ କାମ କରୁଥିବା ବେଳେ ଦୁର୍ଘଟଣା ଘଟି ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି l ତାଙ୍କ ନାମ ପଞ୍ଚାନନ ରାୟଗୁରୁ ଓ ସେ ଭଞ୍ଜନଗର ନୀଳାଦ୍ରୀ ବିହାର ର ବାସିନ୍ଦା ବୋଲି ଜଣାପଡିଛି l ସୂଚନା ଅନୁଯାୟୀ ସେ ସାଉଥ କୋ ବିଦ୍ୟୁତ ବିଭାଗ ର ତିଳିସିଂ ସେକ୍ସନ ର ଗ୍ରେଡ଼ ବି ଲାଇନ ମ୍ୟାନ ଭାବେ କାର୍ଯ୍ୟରତ l ପ୍ରଥମେ ପଞ୍ଚାନନ ଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l