ବିଦ୍ୟୁତ ଆଲୋକରୁ ବଂଚିତ ଆଦିବାସୀ ଗ୍ରାମ ଟୁଡୁକା ପଙ୍କା

ମୋହନା – କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଗ୍ରାମ ଅନ୍ଧକାରରେ ରହିବ ନାହିଁ ବୋଲି ଗ୍ରାମାଚଂଳ ଗରୀବ ବିପିଏଲ ପରିବାରଙ୍କ ପାଇଁ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଓ ପ୍ରଧାନମନ୍ତ୍ରୀ ସୋଭାଗ୍ୟ ବତୀ ବିଦ୍ୟୁତ ଯୋଜନା ଭାରତବର୍ଷରେ ପ୍ରଚଳନ କରିଛନ୍ତି । ହେଲେ ପ୍ରଶାସନିକର ଅନ୍ତରିକତାର ଅଭାବ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଆଦିବାସୀ ଓ ଦଳିତ ବର୍ଗର ଲୋକେ ଉପଯୁକ୍ତ ସେବା ପାଇବାରୁ ବଂଚିତ ହେଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଳକ ସୀମାନ୍ତବର୍ତୀ ଅଂଚଳ ଓ ନୁଆଗଡ ବ୍ଳକ ସୀମାଶେଷ କିରାମା ପଂଚାୟତ ଅଧିନ ଆଦିବାସୀ ଗ୍ରାମ ଟୁଡୁକାପଙ୍କା । ଏହି ଗ୍ରାମରେ ୨୫ ପରିବାରର ପ୍ରାୟ ୧୦୦ ଜଣ ଲୋକ ବସବାସ କରନ୍ତି । ଏମାନଙ୍କ ପାଇଁ ସତେଜେମିତି ବିଦ୍ୟୁତ ଆଲୋକ ପାଲଟି ଯାଇଛି ସାତ ସପନ । ଦେଶ ସ୍ୱାଧିୀନ ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନେ ବିଦ୍ୟୁତ ଆଲୋକରୁ ବଂଚିତ ଅଛନ୍ତି । ଟୁଡୁକାପଙ୍କା ଗ୍ରାମଠାରୁ ୧୦୦ ମିଟର ଦୂର କିରାମା ପଂଚାୟତକୁ ଜୀବା ରାସ୍ତା କଡରେ ବିଦ୍ୟୁତ ସରବରାହ ରହିଛି । ଏହି ଗ୍ରାମରେ ଦୀର୍ଘ ବର୍ଷହେଲା ଗ୍ରାମବାସୀମାନେ ଅକ୍ଲାନ୍ତ ପରିଶ୍ରମ କରି ବିଦ୍ୟୁତ ଖୁଂଟ ପୋତି ଥିଲେ । ତଥାପି ପ୍ରଶାସନର ଅବହେଳା ଯୋଗୁଁ ବିଦ୍ୟୁତ ତାର ସଂଯୋଗ ହୋଇପରିନାହିଁ । ଏହି ବିଷୟ ନେଇ ବହୁବାର ଗ୍ରାମବାସୀ ଜିଲ୍ଲାପାଳ, କନିଷ୍ଠ ଯନ୍ତ୍ରୀ, ସରପଂଚ, ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ସୁଫଳ ପାଇବାରୁ ବଂଚିତ ଥିବା ଅଭିଯୋଗ କିରଛନ୍ତି । ଗରୀବ ଆଦିବାସୀ ଛାତ୍ରଛାତ୍ରୀ ମାନେ ପାଠପଢିବାରେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ ମୋବାଇଲ ସେବା ଓ ଦେଶ ବିଦେଶର ଖବରଜାଣିବାରେ ସମସ୍ୟା ଦେଖାଦେଉଥିବା କହିଛନ୍ତି । ଏ ସମ୍ପର୍କରେ ମୋହନା ସାଉଥ କୋ ସହକାରୀ ଯନ୍ତ୍ରୀ କେସିଏଚ ରେଡ୍ଡୀ ଙ୍କୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଅଧପନ୍ତରିଆ କରି କାମ ଶେଷ ନକରିବା ଯୋଗୁଁ ଏଭଳି ପରିସ୍ତିତି ସୃଷ୍ଟି ହୋଇଥିବା କହିବା ସହ ଯଥା ଶୀଘ୍ର ବିଦ୍ୟୁତ କରଣ କରାଯିବ ବୋଲି କହିଛନ୍ତି । ଯଥାଶୀଘ୍ର ଗ୍ରାମରେ ବିଦ୍ୟୁତ ସଂଯୋଗ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାଉଲ ମାଝୀ, କଇନ ମାଝୀ, ଇସାକ ମାଝୀ ଆଦିଗ୍ରାମବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ