ଜନଅଭିଯୋଗ ଶୁଣାଣୀରେ ୩୩୭ ଅଭିଯୋଗ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌):ସୋମବାର ଭଂଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନଅଭିଯୋଗ ଶୁୂଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ସମୁଦାୟ ୩୩୭ ଗୋଟି ଅଭିଯୋଗ ମଧ୍ୟରୁ ଜନଅଭିଯୋଗ ଶୁଣାଣିରେ ୭ ଜଣଙ୍କର ତ୍ୱରିତ ସମାଧାନ କରାଯାଇଥିବା ବେଳେ ଗ୍ରାମର ୧୪ ଗୋଟି ସମସ୍ୟା ଓ ୩୩୨ ନିଜର ବ୍ୟକ୍ତିଗତ ଅଭିଯୋଗ କରାଯାଇଥିଲା । ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ବେଳେ ରେଡକ୍ରସ ପାଣ୍ଠିରୁ ୫ ଜଣଙ୍କୁ ୨୩ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ