ବିଦ୍ୟୁତ ଟ୍ରାନ୍ସଫର୍ମର ରେ ସର୍ଟସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗତକାଲି ଅର୍ଥାତ ଶନିବାର ସନ୍ଧ୍ୟା 7ଟା ରେ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଭିତରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ରେ ସର୍ଟସାର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା l ଖବରପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ l ବିଦ୍ୟୁତ ବିଭାଗ କର୍ମଚାରୀମାନେ ପହଂଚି ବିଦ୍ୟୁତ ସଂଯୋଗ ବିଛିନ୍ନକରି ମରାମତି କାମ ଆରମ୍ଭ କରିଥିବା ଜଣାପଡିଛି l ତେବେ ଏହି ଅଗ୍ନିକାଣ୍ଡ ରେ କୋଣସି ପ୍ରକାର କ୍ଷୟକ୍ଷତି ଘଟିନାହିଁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ