ବିଦ୍ୟୁତ ତାରଲାଗି ବଳଦ ମୃତ
ଦାରିଙ୍ଗବାଡ଼ି , (ଯୁଗାବ୍ଦ ନ୍ୟୁଜ) : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ମା ଗ୍ରାମର ମାହାସା ମଳିକଙ୍କର ହଳୁଆ ବଳଦ ଆଜି ବିଦ୍ୟୁତ ତାରଲାଗି ମୃତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ଭୋର ସକାଳରେ ପ୍ରାୟ ସାଡ଼େ୫ଘଣ୍ଟା ସମୟରେ ଗ୍ରାମ ଠାରୁ ଦେଡ଼ କିଲୋମିଟର ଦୂରରେ ଥିବା ଚାଷଜମି ଚାଷ କରିବା ଉଦେଶ୍ୟରେ ବଳଦ ଦୁଇଟିକୁ ଅଡେଇ ନେଉଥିବା ବେଳେ ରାସ୍ତାଉପରେ ଛିଣ୍ଡି ପଡିଥିବା ବିଦ୍ୟୁତତାର ଲାଗିଯିବା ଫଳରେ ଘଟଣା ସ୍ଥଳରେ ବଳଦ ଗୋଟିକର ମୃତ୍ୟୁ ଘଟିଥିଲା ବେଳେ ଅଳ୍ପକେ ଅନ୍ୟ ଏକ ବଳଦ ସହିତ ନିଜେ ମାହାସ ମୃତ୍ୟୁରୁ ବର୍ତ୍ତି ଥିଲେ । ଖବର ସଂଗ୍ରହରୁ ଜଣା ପଡିଛିଯେ ଗତ ରାତିରେ କୌଣସି କାରଣରୁ ମାଣ୍ଡିପଙ୍କା-ହାତୀମୁଣ୍ଡା ମୁଖ୍ୟ ରାସ୍ତାଦେଇ ଯାଇଥିବା ବିଦ୍ୟୁତ ତାର ଛିଣ୍ଡି ରାସ୍ତା ଉପରେ ପଡ଼ି ରହିଥିଲା । ଆଜି ସକାଳୁ ମାହାଶା ମଳିକଙ୍କ ବଳଦକୁ ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ଖବର ପ୍ରଚାର ହୋଇ ଥିଲା । ଏହି ବିଷୟରେ ମାହାସା ମଳିକ ବ୍ରାହ୍ମୁଣୀଗାଁ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଓ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାପଡିଛି। ଏଥିନେଇ ମାହାସାଙ୍କୁ ଉଭୟ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅଂଚଳ ପକ୍ଷରୁ ଦାବି କରିଛନ୍ତି ।