ବିଦ୍ୟୁତ ତାର ଲାଗି ଗ୍ରାମରଖିଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ତୁମକୁର ଗ୍ରାମର ଗୁମ୍ମା ପାଣ୍ଡିର ଗ୍ରାମରଖି ଆପଲ ଗମାଙ୍ଗଙ୍କ(୪୭) ଆକସ୍ମିକ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ଆପଲ ଗୁରୁବାର ଦିନ ନିଜ ଝିଅ ଘରକୁ ଭୁବନେଶ୍ୱର ସ୍ଥିତ ସାଲିଆ ସାହି ରେ ରହୁଥିବା ବଢ଼ା ଘରକୁ ଯାଇଥିଲେ।ସେଠାରେ ଗାଧୋଇବା ପରେ ଶୋଇବା ବେଳେ ଫେନ ତାର ଲାଗିଯାଇଥିଲା।ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର କେପିଟେଲ ମେଡ଼ିକାଲକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ଜଣେଇଥିଲେ।ଘଟଣା ସମ୍ପର୍କରେ ଜାଣିବା ପରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ମାରୁତି ପାଳ ପହଞ୍ଚି ସ୍ଥାନୀୟ କର୍ପୋରେଟର ପୂଜା ବେହେରାଙ୍କ ସହ ପହଞ୍ଚି ସବ ବ୍ୟବଚ୍ଛେଦ କରି ନିଜ ଗ୍ରାମକୁ ଶବ ସତ୍କାର କରିବା ପାଇଁ ନିଜ ଉଦ୍ୟମରେ ଘରୋଇ ଏମ୍ବୁଲେସ ଯୋଗେ ନିଜ ଗ୍ରାମକୁ ପଡ଼େଇଥିଲେ।ଶୁକ୍ରବାର ଆପଲଙ୍କ ଶେଷ ଦର୍ଶନ କରିବାକୁ ସ୍ଥାନୀୟ ଜନସାଧାରଣ ଆସିଥିଲେ।ଆପଲ ଜଣେ ମେଳାପୀ ଓ ସ୍ବେଚ୍ଛାସେବୀ ଭାବେ ପରିଚିତ ଥିଲେ ତାଙ୍କ ଆକସ୍ମିକ ମୃତ୍ୟୁ ପାଇଁ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି।ଏନେଇ ଆପଲଙ୍କ ସୁବେଛୁ ଓ ପରିବାର ଲୋକେ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରାଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ