ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରୀ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଟସିମିଳି ଗାଁରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୨ୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ, ବାଟସିମିଳି ଗାଁର ସଞ୍ଜିତା ମାଝୀ । ଶୁକ୍ରବାର ସକାଳେ ଛାତ୍ରୀ ଜଣକ ନିଜ ପିଉସୀ ସହ ମିଶି ଗାଁ ନିକଟକୁ ଭାଲିଆ ମଞ୍ଜି (କାଜୁ ମଂଜି) ସଂଗ୍ରହ କରିବାକୁ ଯାଇଥିବା ବେଳେ ରାସ୍ତା ପାଶ୍ୱର୍ରେ ଛିଣ୍ଡି ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରୀ ଜଣକ ଘଟଣାସ୍ଥଳରେ ହିଁ ପୋଡି ମୃତ୍ୟୁ ଘଟିଛି । ପରିବାର ଲୋକ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ମୃତ ଦେହକୁ ଜବତ କରି ତଦନ୍ତ କରୁଛି । ଗୁରୁବାର ଦିନ ପବନ ବର୍ଷାରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ରାସ୍ତା ପାଶ୍ୱର୍ରେ ପଡିଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ପରିବାର ଓ ଗ୍ରାମବାସୀ କ୍ଷତିପୁରଣ ଦେବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ