ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ ବିଜୁଳି ଦର ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରତ୍ୟେକ ପରିବାରକୁ ମାସକୁ ୨୦୦ୟୁନିଟ ମାଗଣା ବିଜୁଳି ଯୋଗେଇ ଦେବା ଓ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରତ୍ୟାହାର ଦାବିରେ ଜିଲ୍ଲାପଳଙ୍କ ଜରିଆରେ ଶକ୍ତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦିଲ୍ଲାରେ ଆପ୍ ସରକାର ବିଦ୍ୟୁତ୍ ନିଜେ ଉତ୍ପାଦନ କରୁନଥିବା ବେଳେ ଘରୋଇ କମ୍ପାନୀ ଠାରୁ କିଣି ପ୍ରତ୍ୟେକ ପରିବାରକୁ ମାସକୁ ମାସ ୨୦୦ ୟୁନିଟ୍ ମାଗଣା ଓ ୨୪ ଘଣ୍ଟା ବିଦ୍ୟୁତ ଯୋଗାଏ ଦେଉଛନ୍ତି କିନ୍ତୁ ଓଡିଶା ଏକ ବିଦ୍ୟୁତ୍ ବଳକା ରାଜ ହୋଇଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକ ବିଦ୍ୟୁତ ବିକ୍ରି କରୁଛନ୍ତି ଏବଂ ନିଜ ରାଜ୍ୟର ୪.୫୦ କୋଟି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ଦିଲ୍ଲୀରେ କେଜ୍ରିୱାଲ ସରକାର ବିଦ୍ୟୁତ୍ କମ୍ପାନୀ ମାନଙ୍କର ଅଡିଟ୍ କରି ବିଦ୍ୟୁତ ଚୋରି ବନ୍ଦ କରିଥିବା ବେଳେ ଓଡିଶାରେ ନବୀନ ପଟ୍ଟନାୟକ ସରକାର କମ୍ପାନୀ ମାନଙ୍କର ଦଲାଲ ସାଜିଛନ୍ତି । ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ ବିଦ୍ୟୁତ ଆବଣ୍ଟନ ଓ ବିତରଣ କ୍ଷେତ୍ରରେ ସଂସ୍କାର ଆଣିବା ଦରକାର ବୋଲି ଜିଲ୍ଲା ଆବାହକ ଶ୍ରୀ ଭଞ୍ଜସାମନ୍ତ କହିଛନ୍ତି । ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଆମ୍ ଆଦ୍‌ମୀ ପାର୍ଟିର ବହୁ ନେତା ଓ କର୍ମୀ ମାନେ ଉପସ୍ଥିତଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ