ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବ୍ଳକ କଂଗ୍ରେସର ଗଣଧାରଣା

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ନାଉଗାଁ, (ୱାଇଏନ୍‌ଏସ୍‌): ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ନାଉଗାଁ ବ୍ଳକ କଂଗ୍ରେସ ତରଫରୁ ମଙ୍ଗଳବାର ବିଦ୍ୟୁତ ଦର ବୃଦ୍ଧି କୁ ନେଇ ପ୍ରତିବାଦ କରାଯାଇଛି । ବ୍ଳକ କଂଗ୍ରେସ ତରଫରୁ ନାଉଗାଁରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଭାଗୀୟ ଯନ୍ତ୍ରୀ ଇଂ.ଦିପକ ଭୂଇଙ୍କ ଜରିଆରେ ପ୍ରଦାନ କରାଯାଇଛି । ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ୨୦୧୬ ବିମୁଦ୍ରୀକରଣ ଓ ମହାମାରୀ କରୋନା ଯୋଗୁ ସବୁ ବର୍ଗର ଜନସାଧାରଣ ଙ୍କ ଆର୍ôଥକ ସ୍ଥିତି ଦୁର୍ବଳ ହୋଇପଡଛି । ଏହିପରି ସମୟରେ ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦେୟ ବୃଦ୍ଧି ଘଟାଇଛନ୍ତି । ବିଶେଷକରୀ ଟାଟା ବିଦ୍ୟୁତ ବିତରକ ସଂସ୍ଥା ଦାୟିତ୍ୱ ନେବା ପର ଠାରୁ ୨ ଥର ବିଦ୍ୟୁତ ଦର ବୃଦ୍ଧି ଘଟିଲାଣି । ଓଡିଶା ବିଦ୍ୟୁତ ଆମଦାନୀକାରୀ ରାଜ୍ୟ ଭାବେ ପରିଚିତ । ଏହି ରାଜ୍ୟରେ କୋଇଲା ଓ ପାଣି ସୁବିଧାରେ ମିଳିଥାଏ । ତେଣୁ ଜଳ ବିଦ୍ୟୁତ ଉତ୍ପାଦନରେ କମ ଖର୍ଚ୍ଚ ହୋଇଥାଏ । ତେଣୁ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରଦାନ କରିବା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଅସହ୍ୟ ଅଟେ । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଦ୍ୟୁତ ଦର ପ୍ରତ୍ୟାହାର କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି । ଏହି ଧାରଣାରେ ବ୍ଳକ କଂଗ୍ରେସ ସଭାପତି ନିରଞନ ବେହୁରା, ନୁଆଗାଁ ସମିତି ସଭ୍ୟ ଦୋଳଗୋବିନ୍ଦ ରାଉଳ, ଶିଖର ସରପଂଚ ଅକ୍ଷୟ ଜେନା, ବାଂଶ ସରପଂଚ ସନ୍ତୋଷ ଦାସ, ରୋହିଆ ସରପଂଚ ଶିବ ପ୍ରସାଦ ନାୟକ, ସମିତି ସଭ୍ୟ ପଦ୍ମଚରଣ ରାଉତ, ମନୋଜ କୁମାର ଦାଶ, ଉପସଭାପତି ସଚ୍ଚିଦାନନ୍ଦ ପରିଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଃଶାସନ ନାୟକ, ପ୍ରହଲ୍ଲାଦ ବିଶ୍ୱାଳ, ବାବୁରାମ ଜେନା, ଚକ୍ରଧର ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଛାତ୍ରନେତା ସୌମ୍ୟସଂଜୀବ ଦାସ, ଯୁବନେତା ପ୍ରିତମ ପରିଜା, ପିଂଟୁ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଗଣଧାରଣାସ୍ଥଳକୁ ବିଭାଗୀୟ ଯନ୍ତ୍ରୀ ଇଂ. ଭୁଇ ଆସି ସ୍ମାରକପତ୍ର ଗ୍ରହଣ କରିବା ସହିତ ରାଜ୍ୟପାଳଙ୍କ ନିକଟକୁ ଉକ୍ତ ପତ୍ରକୁ ପ୍ରେରଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ