ବିଦ୍ୟୁତ ବିଚ୍ଛିନ୍ନ କାରଣରୁ ଏ ଟି ଏମ ଅଚଳ           

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବଜାର ଗାନ୍ଧୀ ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ର ଏ ଟି ଏମ କୁ ବିଦ୍ୟୁତ ବିଚ୍ଛିନ୍ନ କାରଣରୁ ତାହା ଦୀର୍ଘଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି। ଉଦଘାଟନ ର ମାତ୍ର କିଛିଦିନ ପରେ ଏ ଟି ଏମ କେନ୍ଦ୍ର ଅଚଳ ହୋଇପଡ଼ିଥିବା ରୁ ସହରରେ ଜନ ଅସନ୍ତୋଷ ବଢୁଛି।ସହରର ବହୁସଂଖ୍ୟକ ବୃଦ୍ଧ,ମହିଳା,ଯୁବତୀ,ଛାତ୍ରୀ, ଛାତ୍ର, ବ୍ୟବସାୟୀ ଏବଂ ସରକାରୀ କର୍ମଚାରୀ ଏହି ଏ ଟି ଏମ କେନ୍ଦ୍ର ଦ୍ଵାରା ଉପକୃତ ହେଉଥିବା ବେଳେ କର୍ତ୍ତୃପକ୍ଷ ଙ୍କ ଉଦାସୀନତା କାରଣରୁ ଏ ଟି ଏମ କେନ୍ଦ୍ର ଅଚଳ ହୋଇପଡିଛି। ଦିଗପହଣ୍ଡି ବସଷ୍ଟାଣ୍ଡ ଏବଂ ପୁଞ୍ଜିକୟାଁ ଛକ ରାଜ୍ୟ ରାଜପଥ -୧୭ ପାର୍ଶ୍ଵ ରେ ଥିବା ଅନ୍ୟ ୨ ଟି ଏ ଟି ଏମ କୁ ସହର ବାସିନ୍ଦା ଯା ଆସ କରିବା ନିରାପଦ ନୁହେଁ।ଏପରିକି ଗାଡ଼ି ମୋଟର ଦୁର୍ଘଟଣା ର ଆଶଙ୍କା ରହିଛି।ତେଣୁ ଅଚଳ ଏ ଟି ଏମ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ଯୁବ ବିଜେଡି ନଗର କମିଟି ସଭାପତି ତଥା ଏନ୍ ଏ ସି କାଉନସିଲର ନୀଳ ମାଧବ ଗୌଡ଼ ଦାବୀ କରିଛନ୍ତି। ବିଦ୍ୟୁତ ଦେୟ ପରିଶୋଧ କରାଯାଇଛି।ଖୁବ୍ ଶୀଘ୍ର ଅଚଳ ଏ ଟି ଏମ କୁ କାର୍ଯ୍ୟକ୍ଷମ କରାଯିବା ପାଇଁ ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ