ବିଦ୍ୟୁତ ବିଭାଗର ଖାମଖିଆଲି ନୀତି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରୀ ମୃତ

ମୋହନା, (ଅଂଶୁମାନ ପ‌ଣ୍ଡା): ଗଜପତି ଜିଲ୍ଲା ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା । ଦୁଇ ବର୍ଷ ତଳେ ଅଡବା ଅଞ୍ଚଳର ଘାସପଦାଗାଁର ମଧ୍ୟ ‌ଦ୍ୱିତୀୟ ଶ୍ରେଣୀ ଛାତ୍ର ବିଦ୍ୟୁତ ତାରରେ ଲାଗି ଦୁଇଟି ହାତ ହରାଇ ଆଜିପଯ୍ୟନ୍ତ ସରକାରୀ ସହାୟତା ନପାଇ ବ‌ଞ୍ଛିବା ପାଇଁ ସଂଘର୍ଷ ଚଳାଇଛ‌ନ୍ତି । ଆଜି ପୁଣି ଅଡବା ଥାନା ବାଟସିମିଳି ଗାଁରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୨ୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ, ବାଟସିମିଳି ଗାଁର ସଞ୍ଜିତା ମାଝୀ । ଆଜି ସକାଳେ ଛାତ୍ରୀ ଜଣକ ନିଜ ପିଉସୀ ସହ ମିଶି ଗାଁ ନିକଟକୁ ଭାଲିଆ ମଞ୍ଜି ( କାଜୁ ମଞ୍ଜି) ସଂଗ୍ରହ କରିବାକୁ ଯାଇଥିବା ବେଳେ ରାସ୍ତା ପାଶ୍ୱରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରୀ ଜଣକ ପୋଡି ମୃତ୍ୟୁ ଘଟିଛି । ପରିବାର ଲୋକ ଏ ନେଇ ଥାନାରେ ଲିଖିତ ଅଜିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଶରୀର ଜବତ କରି ତଦନ୍ତ କରୁଛି । ଗତକାଲି ପବନ ବର୍ଷାରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ରାସ୍ତା ପାଶ୍ୱରେ ଛିଣ୍ଡି ପଡିଥିବାରୁ ଏଭଳି ଅଭାବନିୟ ଘଟଣା ଘଟିଥିବା ବେଳେ ପରିବାର ଓ ଗ୍ରାମବାସୀ ମୃତ୍ୟୁ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ପ୍ରକାଶ ଥାଉକି ଅଡବା ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ମନମୁଖୀ ପାଇଁ ଅନେକ ସ୍ଥାନରେ ବିଦ୍ୟୁତ ଅପହଞ୍ଚ ଓ ବିଦ୍ୟୁତ ନିଜ ଇଚ୍ଛାରେ କାଟ କରୁଛନ୍ତି ତେଣୁ ଯନ୍ତ୍ରୀଙ୍କ ପ୍ରତି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ