ବିଦ୍ୟୁତ ବିଭାଗ ଓପିଟିସିଏଲ୍ ସଂଘର ବୈଠକ

ଜୟପୁର, (ୱାଇଏନ୍‌ଏସ୍‌): ଜୟପୁର ନିକଟସ୍ଥ ଚିନ୍ତାମଣି ଜଙ୍ଗଲରେ ସଂଘର ସଭାପତି ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ବସିଥିଲା । ସଂଘର ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ବିଶ୍ୱରେ ଭୟଙ୍କର ମହାମାରୀ କରୋନା ଭାଇରସକୁ ମୁକାବିଲା କରିବା ସହ ସମସ୍ତ ଶ୍ରମିକ ଶ୍ରେଣୀର ଲୋକଙ୍କୁ ସଚେତନତା କରାଇବାକୁ ସଭାରେ ଆହ୍ୱାନ ଦେଇଥିଲେ । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଗରିବ ଲୋକଙ୍କୁ ଆଧାର କାର୍ଡ ଯାଂଚ କରି ସମସ୍ତଙ୍କୁ ଆର୍ଥିକ ସହାୟତା ଘୋଷଣା କରିବାକୁ ଦାବି କରାଯାଇଥିଲା ଏବଂ ଶ୍ରମିକମାନଙ୍କୁ ଆଗୁଆ ଦରମା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି । ଏହି ବୈଠକରେ ସଂଘର ସମ୍ପାଦକ ସୁବ୍ରତ ପ୍ରଧାନ, ଉପସଭାପତି ମଂଟୁ ହରିଜନ, ସହସମ୍ପାଦକ ଗୋବିନ୍ଦ ବେହେରା, ଲବ ଗୌଡ଼, କୋଷାଧ୍ୟକ୍ଷ ମନବୋଧ ବେହେରା ଓ କାର୍ଯ୍ୟକାରୀ କମିଟିର ୧୧ ଜଣ ସଭ୍ୟମାନେ ଉକ୍ତ ବୈଠକରେ ଯୋଗଦେଇଥିଲେ । ଶେଷରେ ମଦନମୋହନ ପାତ୍ର ଧନ୍ୟବାଦ ଦେଇ ସଭା ସମାପ୍ତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ