ବିଦ୍ୟୁତ ସକସର୍କିଟରୁ ଅଗ୍ନିକାଣ୍ଡ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ସୋମବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଭଞ୍ଜମାର୍ଗ ନିକଟସ୍ଥ ବିଲସାହି ବାସିନ୍ଦା ରଘୁନାଥ ବେହେରାଙ୍କ ଘରେ ବିଦ୍ୟୁତ୍ ସକସର୍କିଟରୁ ନିଆଁ ଲାଗି ଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଘରର ଟିଭି, ଫ୍ରିଜ, ବିଭିନ୍ନ ବୈଦୁତିକ ଉପକରଣ ସମେତ ବହୁ ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସୋମବାର ରଘୁନାଥଙ୍କ ପରିବାରର ପୁରୁଷ ସଦସ୍ୟ ମାନେ କାମ କରିବା ପାଇଁ ବାହାରକୁ ଯାଇଥିବା ବେଳେ ଅପରାହ୍ନରେ କୈାଣସି କାରଣରୁ ବିଦ୍ୟୁତ ସକସର୍କିଟରୁ ନିଆଁ ଲାଗି ଯାଇଥିଲା । ସାହି ପଡୋଶୀ ରଘୁନାଥଙ୍କ ଘର ଭିତରୁ ଧୁଆଁ ବାହାରୁଥିବା ଦେଖି ଘରର ଭିତର ପଟୁ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଥିଲେ । ପରେ ଘଟଣା ନେଇ ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ