ବିଦ୍ୟୁତ ସମସ୍ୟାକୁ ନେଇ ମୁହଁ ଖୋଲିଲା ଗ୍ରାହକ ମଞ୍ଚ

ବାଲେଶ୍ୱର, (ସରୋଜ ପଣ୍ଡା) :-ସମ୍ପ୍ରତି ବାଲେଶ୍ୱର ଜିଲାରେ ଦେଖା ଦେଉଥିବା ବିଦ୍ୟୁତ ସେବାର ଉନ୍ନତି ଆଣିବା ତଥା ଗ୍ରାହକମାନଙ୍କର ବିଭିନ୍ନ ସମସ୍ୟା ନେଇ ସ୍ୱର ଉଠାଇଛି ଉତର ଓଡ଼ିଶା ବିଦ୍ୟୁତ ଗ୍ରାହକ ସଂଘ । ଏନେଇ ଅନଷ୍ଠାନ ପକ୍ଷରୁ ଷ୍ଟେସନ କ୍ଲବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ବିଦ୍ୟୁତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ବିଶେଷ କରି ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେଇଥିବା ସଂସ୍ଥା ଉର୍ଜାମିତ୍ର ମାଧ୍ୟମରେ ସେବା ପ୍ରଦାନ କରୁନାହିଁ । ନାହିଁ, ପ୍ରତି ସେକସନ ୱାରି ଟୋଲଫ୍ରି ନମ୍ବର ଉପଲବ୍ଧ ହେଉ ନାହିଁ, ବିଲ ମାଧ୍ୟମରେ ଟୋଲ ଫ୍ରି ନମ୍ବର ଦେବା ଦରକାର । ମିଟର ରିଡିଂ ୨୦ ଦିନ ବା ୨୫ ଦିନ ମଧ୍ୟରେ ନେଉଥିବାରୁ ବର୍ଷକୁ ୧୩ରୁ ୧୪ଥର ବିଲ ଦିଆଯାଉଛି । ଏଥିପାଇଁ ଏନର୍ଜି ଚାର୍ଜ ମାସକୁ ଥରକୁ ଥର ଅଧିକ ଅର୍ଥ ନିଆଯାଉଛି ପ୍ରୋଭିଜନାଲ ବିଲ କେଉଁ ଆଧାରରେ ହେଉଛି ଓ ଏହାର ବୈଧତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ସଂଘ । ଯିଏ ଅଧ୍ୟକ ବିଦ୍ୟୁତ ବ୍ୟବହାର କରୁଛି ତାହାର ପ୍ରୋଭିଜନାଲ ବିଲ ତିନିଗୁଣା ହେଉଛି । ନୂଆ ସଂଯୋଗ ପାଇଁ ଅର୍ଥ ନେଉଥିଲେ ବି ମାସ ମାସ ଧରି ସଂଯୋଗ ହେଉନି । ଓଡ଼ିଶାରେ ବିଦ୍ୟୁତ ବଳକା ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କଲା ପରେ ବି କାହିଁକି ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଛି, ତାହାର ପ୍ରତିବାଦ କରିଥିଲା ସଂଘ । ଯେଉଁମାନଙ୍କର ୫/୬ ମାସରେ ମିଟର ରିଡିଂ ହେଉଛି ସେମାନେ କେମିତି ରିଆତି ପାଇବେ ବୋଲି ମଧ୍ୟ ସଂଘ ପ୍ରଶ୍ନ କରିଛି । ଶେଷରେ ସେକସନ ୱାରି ଆପତି ଅଭିଯୋଗ ପ୍ରତି ସପ୍ତାହରେ କରିବା ସହ ଘରକୁ ଘର ବୁଲି ଗ୍ରାହକଙ୍କଠାରୁ ଅର୍ଥ ଆଦାୟ ଓ ଏନର୍ଜି ବିଲ ସରଳୀକରଣ କରିବାକୁ ମଧ୍ୟ ସଂଘ ଫକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ସଭାପତି ଗିରିଜା ଶଙ୍କର ଦାସ, ବିଜୟ କୁମାର ପାଣିଗ୍ରାହୀ, ବିକ୍ରମ ପଣ୍ଡା, ଶ୍ରଦ୍ଧାଞ୍ଜଳି ରାଏ, ନିଶିଥ ବାରିକ, ରଘୁନାଥ ଲେଙ୍କା, ନିକୁଞ୍ଜ ମହାନ୍ତି, ଆୟୁପ ସେକ ଓ ସୁଖମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ