ବିଧାନସଭାରେ ମ୍ୟୁନିସିପାଲ ଆଇନ୍ ସଂଶୋଧନ ବିଲ୍ ଆଗତ
ଭୁୁବନେଶ୍ୱର, (ୱାଇଏନ୍ଏସ୍): ବିଧାନସଭାରେ ଓଡିଶା ପୌର ଆଇନ ସଂଶୋଧନ ବିଲ ଆଗତ ହୋଇଛି । ମନ୍ତ୍ରୀ ପ୍ରତାପ ଜେନା ସୋମବାର ଅପରାହ୍ନରେ ଏହି ବିଲ୍ ଉପସ୍ଥାପନ କରିଥିଲେ ।ସଂଶୋଧନ ବିଲରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ ।