୮ ମାସରେ ରାଜଧାନୀରେ ଆଦାୟ ହୋଇଛି ୨୧କୋଟି ୬୩ଲକ୍ଷ ଟଙ୍କାର ଜରିମାନା
ଭୁବନେଶ୍ୱର, (ୱାଇଏନ୍ଏସ୍): ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି ୬୨ଲକ୍ଷ ୯୯ହଜାର ୧୦୦ ଟଙ୍କା ଜରିମାନା । ୨୦୨୦-୨୧ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଏହି ଜରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠୁଁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି । ବିନା ସିଟ ବେଲ୍ଟ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ସେହିପରି ମାସ୍କ ନପିନ୍ଧିଥିବାରୁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଥିବା ଗୃହରେ ଉତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେହିପରି କଟକରେ ଅଗଷ୍ଟ ମାସ ସୁଦ୍ଧା ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୧,୧୨,୬୩,୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ବିନା ହେଲମେଟ୍ ପାଇଁ ୩୪,୦୧,୫୦୦ ଟଙ୍କା , ବିନା ସିଟ୍ ବେଲ୍ଟ ପାଇଁ ୧୯ ହଜାର ଟଙ୍କା ଏବଂ ମାସ୍କ ନପିନ୍ଧିଥିବା ଅଭିଯୋଗରେ ୫,୩୪,୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।କମିଶନରେଟ୍ ପୋଲିସ ଅଂଚଳରେ ଜରିମାନା ଆଦାୟ ସମ୍ପର୍କରେ ବିଧାୟକ ସୌଭିକ୍ ବିଶ୍ୱାଳ ପଚାରିଥିବା ପ୍ରଶ୍ନର ଉତର ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ।


