ବିଧାନସଭାର ପ୍ରଥମ ଅଧିବେଶନରେ ଧାନର ଅଭାବୀ ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ସଦର ବିଧାୟକ
ବାଲେଶ୍ୱର,( ,(ଯୁଗାବ୍ଦ ନ୍ୟୁଜ): ଷୋଡଶ ବିଧାନସଭାର ପ୍ରଥମ ଦିନରେ ବାଲେଶ୍ୱରର ପ୍ରଥମ ଥର କରି ନିର୍ବାଚିତ ହୋଇଥିବା ସଦର ବିଧାୟକ ମଦନ ମୋହନ ଦତ୍ତ ଧାନର ଅଭାବୀ ବିକ୍ରି ଏବଂ ଖରାପ ସ୍ୱାସ୍ଥ ସେବା ପ୍ରସଙ୍ଗକୁ ବିଧାନସଭା ଗୃହ ସମ୍ମୃଖରେ ଉପସ୍ଥାପନ କରି ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ଓଡିଶା କୃଷିପ୍ରଧାନ ରାଜ୍ୟ ହୋଇଥିଲା ଏଠାରେ କୃଷକର ମୁଖ୍ୟ ଫସଲ ଧାନର ଅଭାବୀ ବିକ୍ରି ହେବା ଅତ୍ୟନ୍ତ ଦୁଖଃଦାୟକ ବୋଲି ଶ୍ରୀ ଦତ୍ତ କହିଥିଲେ । ଆଜି କୃଷକ ନିଜ ଧାନର ବିକ୍ରି କରିବା ପାଇଁ କେଉଁଠି ରାସ୍ତାରୋକ କରୁଛନ୍ତି ତ କେଉଁଠି ଧାନ ବିକ୍ରି ନହୋଇପାରି ମଣ୍ଡିରେ ପଡି ପଡି ଗଜା ହୋଇଯାଉଛି । ପ୍ରକୃତ ଚାଷୀ ଠାରେ କାଳିଆ ଯୋଜନା ପ୍ରହସନ ପାଳଟିଥିବା ବେଲେ ଅଧିକାଂଶ କୃଷକ ଆଜି ଚାଷ କାମ ଛାଡି ଦାଦନ ଖଟିବାକୁ ଯାଉଛନ୍ତି । ବାଲେଶ୍ୱର ସଦର ବ୍ଲକରେ ୧୭ଟି ସମବାୟ ସମିତି ରହିଥିବା ବେଲେ ୩୧୧୦ ଜଣ ଚାଷୀ ଏଥିରେ ପିକୃତ କରିଛନ୍ତି ଏବଂ ରବି ଋତୁରେ ପାଖାପାଖି ୨ଲକ୍ଷ ୫ହଜାର କୁଇଣ୍ଟାଲ ଧାନ ଉତ୍ପାଦନ ହେଉଥିବା ବେଳେ ସରକାର ୨୧ ହଜାର ୪୬୨ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯାହାକି ଉତ୍ପାଦନର ଶତକଡା ୧୦ ଭାଗ ମାତ୍ର । ଯାହାଫଲରେ ବଙ୍ଗୀୟ କଳାବଜାରୀ ମିଲର ମାନଙ୍କର ପ୍ରାଦୃଭାବ ବଢିବାରେ ଲାଗିଛି ଏବଂ ଏହା ପାଇଁ ଚାଷୀ ନିଜ ଧାନକୁ ୮୦୦ ଟଙ୍କା କୁଇଣ୍ଟାଲରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ବିହନ ଗ୍ରାମ ଯୋଜନାରେ ଚାଷୀଙ୍କୁ କେନ୍ଦ୍ର ସରକାର ଦେଉଥିବା ସହାୟକ ରାଶି ପ୍ରଦାନ କରିବାରେ ବ୍ୟାପକ ଅନ୍ୟୟମିତତାର ଅଭିଯୋଗ ସତ୍ତେ୍ୱ କୃଷି ନିର୍ଦ୍ଦେଶକ ନିରବ ବସିବା ଚାଷୀକୂଳ ପ୍ରତି ଏକ ପରିହାସ ବୋଲି ଗୃହରେ ବିଧାୟକ ଶ୍ରୀ ଦତ୍ତ ମତ ପ୍ରକାଶ କରିଛନ୍ତି ।