ବିଧାନସଭାର ସଚିବ ହେଲେ ଦାସରଥୀ ଶତପଥୀ

(ଯୁଗାବ୍ଦ ନ୍ୟୁଜ) ବିଧାନସଭାର ନୂତନ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ଦାସରଥୀ ଶତପଥୀ । ସେ ପୁର୍ବରୁ ସରକରଙ୍କ ବିଭିନ୍ନ ଗୁରୁତ୍ତ୍ୱପୁର୍ଣ୍ଣ ବିଭାଗରେ କାର୍ଯ୍ୟ କରିସାରିଛନ୍ତି । ଏହା ସହିତ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ଶ୍ରୀ ଶତପଥୀ ସୁବର୍ଣ୍ଣପୁରର ଜିଲ୍ଲାପାଳ ପରେ ୨୦୧୮ରେ କେନ୍ଦ୍ରାପଡାର ଜିଲ୍ଲାପାଳ ଭାବେ ନିଜର କାର୍ଯ୍ୟ ଦକ୍ଷତା ଦେଖଇସାରିଛନ୍ତି । ଗତ ମେ ମାସରେ ତାଙ୍କୁ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ତେବେ ତାଙ୍କର କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତାଙ୍କୁ ନଜରରେ ରଖି ରାଜ୍ୟସରକାର ତାଙ୍କୁ କ୍ୟାବିନେଟ ସଚିବ ଭଳି ଗୁରୁତ୍ତ୍ୱପୁର୍ଣ୍ଣ ପଦବୀରେ ଅବସ୍ଥାପିତ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ