କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ
ଭବାନୀପାଟଣା : (ଯୁଗାବ୍ଦ ନୁୃ୍ୟଜ୍) : କଳାହାଣ୍ଡି ଜିଲ୍ଳା ଥୁ. ଋାମପୁର କିଆପଦର ପଞ୍ଚାୟତ ଅନ୍ତର୍ଗତ ସାପମୁଣ୍ଡି ଗ୍ରାମରେ କାକାଙ୍କ ଟାଙ୍ଗିଆ ଚୋଟରେ ପୁତୁରା ମୃତ ହୋଇଥିବା ବେଳେ ବଡ ଭାଇ ଗୁରୁତର ଆହାତ ହୋଇଛି । ଗୁରୁ୍ତର ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଜମି ବିବାଦକୁ କେନ୍ଦ୍ର କରି କାକା ଓ ପୁତୁରା ପରିବାର ମଧ୍ୟରେ ଅସନ୍ତୋଷ ଜାରି ରହିଥିଲା । ହେଲେ ମଙ୍ଗଳବାର ସକାଳେ ବଚସାକୁ କେନ୍ଦ୍ର କରି ଫଗନୁ ମାଝୀ ସଂମୃ ମାଝୀ ଘରକୁ ଆସି ବଚସା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଧରିଥିବା ଟାଙ୍ଗିଆରେ ସଂମୃ ମାଝି ଓ ତାଙ୍କ ବାପା ବାରୁ ମାଝି ଉପରେ ଆକ୍ରମଣ କରିଥିଲେ । ବାପା ବାରୁ ମାଝିଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ହସପିଟାଲରେଭର୍ତ୍ତି କରିଥିବାବେଳେ ମଂମୃ ମାଝିଙ୍କ ଘଟଣା ସ୍ଥଳରେ ତାଙ୍କର ମୃତୁୃ୍ୟ ଘଟିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟେବଚ୍ଛେଦ ନିମନ୍ତେ ହସପିଟାଲକୁ ପଠାଇଛି । ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି । ଅଭିଯୁକ୍ତ କାକାକୁ ପୋଲିସ ଥାନାରେ ଅଟକ ରଖିଛି ।


