ବିଧାନସଭା ଅବଧି ପୂର୍ବରୁ ସାରିବା ପାଇଁ କାହିଁକି ଚାହୁଁଛନ୍ତି ବାଚସ୍ପତି : ପ୍ରଦୀପ୍ତ ନାଏକ
ଭୁବନେଶ୍ୱର – ବିଧାନସଭା ଅଧିବେଶନ ୧୩ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ, ଏହାର କାର୍ଯ୍ୟ ଅବଧି ଅଧା ସରିନଥିବା ବେଳେ ଗୃହକୁ ବନ୍ଦ କରିଦେବା ପାଇଁ ଏକ ମନ୍ତ୍ରଣା ଚାଲିଛି ବୋଲି ଶୁଣିବାକୁ ମିଳୁଛି । ଏହାର କାରଣ କ’ଣ ବୋଲି ଆଜି ଗୃହର ଶୂନ୍ୟ କାଳରେ ପ୍ରଶ୍ନ ଉଠାଇ ପଚାରିଛନ୍ତି ବିରୋଧି ଦଳର ନେତା ପ୍ରଦୀପ୍ତ ନାଏକ । ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜିନେସ୍ ନାହିଁ ବୋଲି କୁହାଯାଉଛି । ସରକାରଙ୍କ ପାଖରେ କେତେ ବିଜିନେସ୍ ଅଛି ଓ ଅଧିବେଶନ କେତେଦିନ ଚାଲିବାର ଆବଶ୍ୟକତା ରହିଛି, ଏକଥା କ’ଣ ସରକାର ବିଜ୍ଞପ୍ତି ପୂର୍ବରୁ ଜାଣିନଥିଲେ? ପ୍ରଶ୍ନୋତର କାର୍ଯ୍ୟକ୍ରମ କ’ଣ ଗୃହର ବ୍ୟବସାୟ ନୁହେଁ ? ଆହୁରି ହଜାର ହଜାର ସଂଖ୍ୟକ ପ୍ରଶ୍ନର ଉତର ଦେବାକୁ ରହିଛି ସରକାର ଏତେ ଶୀଘ୍ର ଆଲୋଚନାକୁ ଡରୁଛନ୍ତି କାହିଁକି ? ସେହିପରି ବିଭାଗୀୟ ଅତିରିକ୍ତ ବଜେଟ ଉପରେ ଆଲୋଚନାକୁ ଏପରି କାଁଟ୍ଛାଁଟ୍ କାହିଁକି କରାଯାଇଛି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।