ବିଧାନସଭା କମିଟି ବୈଠକ ବାତିଲ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ବିଧାନସଭାରେ ଜୁଲାଇ ମାସରେ ହେବାକୁ ଥିବା ସମସ୍ତ କମିଟି ବୈଠକକୁ ବାତିଲ କରି ଦିଆଯାଇଛି । ଏସମ୍ପର୍କରେ ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, କରୋନା ସ୍ଥିତିକୁ ଦେଖି କମିଟି ବୈଠକ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି । ସେହିପରି ଗତ ମାର୍ଚ୍ଚ ୩୦ରେ ବିଧାନସଭାର ବୈଠକ ବସିଥିଲା । ଏସମ୍ପର୍କରେ ଲୋକସଭା ବାଚସ୍ପତି ଓ ରାଜ୍ୟପାଳଙ୍କ ସହ ଆଲୋଚନା କରାଯିବା ପରେ ଏଭଳି ନିଷ୍ପତି ନିଆଯାଇଛି । ସେହିପରି ବୈଠକର ୬ ମାସ ମଧ୍ୟରେ ବିଧାନସଭା ବସିବା କଥା । ଏନେଇ ପରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ସମ୍ପ୍ରତି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିଲେ ହେଁ ସ୍ଥାନୀୟ ସଂସ୍ପର୍ଶ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକି ଏବେ ଚିନ୍ତାର କାରଣ ପାଲଟିଛି । ଲକଡାଉନ ହଟିବା ପରେ ଜନ ପ୍ରତିନିଧିମାନେ କ୍ଷେତ୍ର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଜଣେ ବିଧାୟକ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ