ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୂର୍ଣ୍ଣାଙ୍ଗ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା

ଛତ୍ରପୁର, (ଦେବଦତ୍ତ ମହାରଣା) :ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅନୁମୋଦିତ ହୋଇ ଛତ୍ରପୁର ଉପଖଣ୍ଡ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ଣ୍ଣାଙ୍ଗ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି l ଉପଜିଲ୍ଲାପାଳ ନୀଳମାଧଵ ଭୋଇ ନିଜ କାର୍ଯ୍ୟାଳୟରେ ପୋଲସରା (124), କବିସୂର୍ଯ୍ୟନଗର (125), ଖଲ୍ଲିକୋଟ (126), ଛତ୍ରପୁର (127), ଏବଂ ହିଞ୍ଜିଳି (131) ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ଜାତୀୟ ପଂଜିକୃତ ରାଜନୈତିକ ଦଳର ଆଞ୍ଚଳିକ ମୁଖ୍ୟଙ୍କୁ ପ୍ରଦାନ କରିଥିଲେ l ଏହି ଉପଖଣ୍ଡରେ ନୂତନ ଭାବେ ଯୋଗ କରାଯାଇଥିବା ସର୍ବମୋଟ 31981 ଭୋଟର ପଂଜିକୃତ ହୋଇଛନ୍ତି l ସେଥିମଧ୍ୟରୁ 15542 ପୁରୁଷ, 16438 ମହିଳା ଏବଂ ଜଣେ ତୃତୀୟ ଲିଙ୍ଗୀ ଅନ୍ତର୍ଭୁକ୍ତ ହୋଇଛନ୍ତି l ସେହିପରି 8647 ମୃତ୍ୟୁ ଓ ଅଯୋଗ୍ୟ ଭୋଟରଙ୍କୁ ବାଦ ଦିଆଯାଇଅଛି l ସେଥିମଧ୍ୟରୁ 4554 ପୁରୁଷ, 4092 ସ୍ତ୍ରୀ ଏବଂ ଜଣେ ତୃତୀୟ ଲିଙ୍ଗୀ ଅଟନ୍ତି l ନୂତନ ଚୁଡାନ୍ତ ଭୋଟର ତାଲିକା ଅନୁଯାଇ ସର୍ବମୋଟ 11, 51, 749 ଜଣ ଭୋଟର ତାଲିକାଭୁକ୍ତ ହୋଇଛନ୍ତି l ସେଥିମଧ୍ୟରୁ 6, 04, 175 ଜଣ ପୁରୁଷ, 5, 47, 490 ଜଣ ମହିଳା ଏବଂ 84 ଜଣ ତୃତୀୟ ଲିଙ୍ଗୀ ଅଟନ୍ତି l ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କ କ୍ଷମତା ପ୍ରଦାନ ଅନୁଯାୟି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଉପସ୍ଥିତ ରହି ଚୂଡାନ୍ତ ଭୋଟର ତାଲିକା ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସହାୟକ ଜିଲ୍ଲାପାଳ ବିକ୍ରମ କୁମାର ଦୋରା ଓ ଅଶୋକ କୁମାର ପ୍ରଧାନ, ଉପବିଭାଗୀୟ ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ଓ ବରିଷ୍ଠ ରାଜସ୍ଵ ସହାୟକ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ