ବିଧାନସଭା ବ୍ୟାରିକେଡ଼ ଆଗରେ ଗାଁ ସାଥି ସଂଘର ରାଲି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ବିଧାନସଭା ଆଗ ଲୋୟର ପିଏମ୍ଜିରେ •ଲିଥିବା ଗାଁସାଥୀ (ମେଟ୍)ମାନଙ୍କ ଆନ୍ଦୋଳନକୁ ୧୫ ଦିନ ପୁରିଲା । ଗ୍ରାମୀଣସ୍ତରରେ ପର୍ଯ୍ୟାପ୍ତ ସରକାରୀ କାର୍ଯ୍ୟ ସହିତ ମାସିକ ସିର୍ବନିମ୍ନ ୬ ହଜାର ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରାପ୍ତି ସମେତ ୫ ଦଫା ଦାବିରେ ଚଳିତ ନଭେମ୍ବର ୪ରୁ ଏକ ବିଶାଳ ରାଲି ସହିତ ଅଦ୍ୟାବଧି ୧୦ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ(ମେଟ୍)ମାନେ ଖୋଲା ଆକାଶ ତଳେ ଗଣଧାରଣାରେ ବସିଛନ୍ତି । ସରକାର ବିଭିନ୍ନ ମାଧ୍ୟମରେ ଦାବି ପୂରଣର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ବନ୍ଦୋବସ୍ତ ସାଜିଛନ୍ତି । ଏଣୁ ଏହାର ପ୍ରତିବାଦରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ସ୍ଥାନୀୟ ଗାଁସାଥୀ ଭବନ ଆଗରୁ ୩ ହଜାରରୁ ଉଦ୍ଧ୍ୱର୍ ସଂଖ୍ୟାରେ ଗାଁସାଥୀ ସଂଘର ରାଜ୍ୟ, ଜିଲ୍ଲା ଓ ବ୍ଲକ ସଂଗଠକମାନେ ଏକ ରାଲିରେ ବିଧାନସଭା ବ୍ୟାରିକେଡ଼ ଯାଏ ଆସିଥିଲେ । ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଆସିଥିବା ଉକ୍ତ ସଂଘ ରାଜରାସ୍ତାରେ ଖୋଲା ଆକାଶତଳେ ପଡ଼ିରହିବେ ବୋଲି ମିଳିତ ଭାବେ ଗଣମାଧ୍ୟମକୁ ଜଣାଇଛନ୍ତି ସଂଘର ସଭାପତି ସୌଭାଗ୍ୟ ମିଶ୍ର, ରବିନ୍ଦ୍ର ଗୌଡ଼, ଗାଁସାଥୀ ସଂଗଠକ କୁଳମଣି ମେଣ୍ଟା, ପ୍ରତାପ ମଲ୍ଲିକ, ଅଭୟ ଡ଼ାକୁଆ, କନକଲତା ଜେନା, ରତ୍ନାବତୀ ସାହୁ, ପବିତ୍ର ସୁନ୍ଦରାୟ, ସୁଧାଂଶୁ ଶତପଥୀ, ବିଦ୍ୟାଧର ଭୋଇ, ରମେଶ ରଣା, ସୁଶାନ୍ତ ସେଠୀ, ପ୍ରସନ୍ନ ପ୍ରଧାନ, ହେମେନ୍ତ ନାହାକ, ବିପିନ ନାହାକ, ମନୋଜ ସାହୁ, ବଳରାମ ପାତ୍ର ମଧୁ ରାଉତ, ପରମାନନ୍ଦ ମାଝୀ, ମାନସ ଆ•ର୍ଯ୍ୟ, ୩୦ ଜିଲ୍ଲର ସଭାପତି, ସମ୍ପାଦକ, ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ସଂଗଠକଗଣ । ଗଣମାଧ୍ୟମ ଜରିଆରେ ସଂଘର କର୍ମକର୍ତ୍ତାଗଣ ବିଧାନସଭାର ସମସ୍ତ ବିଧାୟକ ଓ ବିଧାୟିକାଙ୍କୁ ଚଳିତ ବିଧାନସଭା ଅଧିବେଶନରେ ଗାଁସାଥୀଙ୍କ ଦାବି ପୂରଣ ବାବଦରେ ବିଭିନ୍ନ ମୋସନ ଆଣି ସରକାର ଓ ପଞ୍ଚାୟତିରାଜର ପ୍ରଶାସନ ଉପରେ •ପ ସୃଷ୍ଟି କରିବା ଲାଗି ବିନମ୍ର ନିବଦେନ ଜଣାଉଛି । ଓଡ଼ିଶାର ଉଭୟ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ଅନୁଷ୍ଠାନର ପୃଷ୍ଠପୋଷକ ଓ ପ୍ରମୁଖ ପଦାଧିକାରୀମାନଙ୍କୁ ଗାଁସାଥୀଙ୍କ ଯନ୍ତ୍ରଣା, ରାଜରାସ୍ତାରେ ରାତ୍ରି ରହଣୀ ଓ ବିଭିନ୍ନ ଦୁଃଖକୁ ମିଡ଼ିଆ ଜରିଆରେ ପ୍ରଭାବୀ ଢଙ୍ଗରେ ପ୍ରସାରରଣ କରି ରାଜ୍ୟ ପଞ୍ଚାୟତିରାଜ ବିଭାଗ ପ୍ରଶାସନ ତରଫରୁ ଗାଁସାଥୀ(ମେଟ୍) ମାନଙ୍କ ପ୍ରତି ହେଉଥିବା ଅବି•ର ଗୁଡ଼ିକୁ ଜନସମାନସରର ସମ୍ମୁଖକୁ ଆଣି ଆମ ଗାଁସାଥୀଙ୍କ ଦାବି ପୂରଣରେ ସହାୟକ ହେବା ଲାଗି ସଂଘର କର୍ମକର୍ତ୍ତାମାନେ ଆଖିର ଲୁହ ଓ ହୃଦୟର କୋହ ସହିତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ