ବିଧାନସଭା ରେ ଆଜି ଉପସ୍ଥାପିତ ହେବ ବଜେଟ

ଆଜି ବିଧାନସଭା ରେ ୨୦୧୯ ଆର୍ଥିକ ବର୍ଷ ର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅପରାହ୍ନ ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିବେ । ଏହି ବଜେଟ ରେ ବିିଭିନ୍ନ କ୍ଷେତ୍ର କୁ ଅଗ୍ରାଧିକାର ଦିଆଯାଇଥିବା ସୂଚନା ମିଳିଛି । ବିଷେଶ କରି କୃଷି,କୃଷକ କଲ୍ୟାଣ , ସାମାଜିକ ନିରାପତା , ମହିଳା ସଶକ୍ତି କରଣ , ଶିକ୍ଷା, ବିପର୍ଯ୍ୟୟ ପ୍ରସମନ୍ନ , ସ୍ୱାସ୍ଥ୍ୟ , ଆଦି କ୍ଷେତ୍ର କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟ ସରକାର ଫେବୃୟାରୀ ର୍ ଉପସ୍ଥାପନା କରିଥିବା କାମଚଳା ବଜେଟରେ ୧ଲକ୍ଷ ୩୨ ହଜାର କୋଟି ଟଙ୍କା ର ବ୍ୟୟବରତ କରାଯାଇଥିଲା । କିନ୍ତୁ ରାଜ୍ୟ ରେ ପ୍ରକୃତିକ ଦୁର୍ବିପାକ ବଢିଯାଇଥିବାରୁ ଓ କାଳିଆ ହିତାଧିକାରୀ ଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ଅଧିକ ଅର୍ଥ ଚଳିତ ବଜେଟ ରେ ଦିିଆଯିବ ବୋଲି ଅନୁମାନ କରାଯାଉଛି । ମନ୍ତ୍ରୀପରିଷଦ ର ମିଳିଥିବା ଅନୁମୋଦନ ଅନୁଯାୟୀ ବଜେଟ ର ପରିମାଣ ୧ଲକ୍ଷ ୩୯ହଜାର କୋଟି ଟଙ୍କା ଛୁଇଁବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ