ବିଧାୟକଙ୍କ ଆଶୁ ଆରୋଗ୍ୟକାମନା : ମନସୁର ବାବାଙ୍କ ନିକଟରେ ମୁସଲିମଭାଇଙ୍କ ପ୍ରାର୍ଥନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରି କେନ୍ଦ୍ରାପଡାର ମୁସଲିମ ଭାଇମାନେ ମନସୁରବାବାଙ୍କ ଦରଘାରେ ଆଲ୍ଲାଙ୍କ ପାଖରେ ବୁଧବାର ସନ୍ଧ୍ୟାରେ ସମୁହ ଦୁଆ ବା ପ୍ରାର୍ଥନା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଂଖ୍ୟାଲଘୁୁ ସେଲ ସଭାପତି ସେକ ମହମ୍ମଦ ଇନାୟତ(ଚନ୍ଦନ), ଯୁବନେତା ସେକ ସାବିର ହୋସେନ, କଲିମ ଖାଁ, କରିମ ଖାଁ, କେନ୍ଦ୍ରାପଡା ନଗର ଛାତ୍ର ଉପସଭାପତି ଚାନ୍ଦ ଖାଁ, ଅନଜୁମ ଖାଁ, ସେକ ଅସଲମ, ସେକ ହସନ ପ୍ରମୁଖ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ପ୍ରାର୍ଥନା କରିଥିଲେ ।


