ବିଧାୟକଙ୍କ କାର ଚାଳକଙ୍କ ସ୍ତ୍ରୀକୁ ଦୁଷ୍କର୍ମ, ଥାନାରେ ଏତଲା
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଧାତିଆମ୍ବ ପଞ୍ଚାୟତ ଅଧିନ ବାଉଁଶୁଣି ଗ୍ରାମର ସୀତାରାମ ଜାନୀ ମୋହନା ନିର୍ବାଚନ ମଣ୍ଡଳିର ବିଧାୟକ ଦାଶରଥି ଗମାଙ୍ଗଙ୍କ ଗାଡି ଚାଳକ ଅଟନ୍ତି । ସେ ବହୁ ସମୟ ବାହାରେ ରୁହନ୍ତି। ଏହାର ସୁଯୋଗ ନେଇ ବାଉଁଶୁଣି ଗ୍ରାମର ଯୋଗେଶ୍ଵର ଶବର (୨୩) ଗତ ମାସ ୧୫ ତାରିଖ ସନ୍ଧ୍ୟା ସମୟରେ ଏକ ଧାରୁଆ ଅସ୍ତ ଧରି କେହି ନ ଥିବାର ସୁଯୋଗ ନେଇ ଜବରଦସ୍ତ ସନ୍ଧ୍ୟା ୭ଟା ୩୦ରେ ଘରେ ପ୍ରବେଶ କରିଥିଲେ।ମହିଳାଙ୍କୁ ଜୀବନରେ ମାରି ଦେବାର ଧମକ ଦେଇ ମହିଳାଙ୍କ ଅନିଚ୍ଛା ସତ୍ତ୍ଵେ ଜବରଦସ୍ତ ଦୁଷ୍କର୍ମ କରିଥିଲେ। ପୁଣି ତା ପରଦିନ ସମ୍ତିତା ଜାନୀ ବାରିପଟକୁ ଝାଡ଼ା ଯାଇଥିବାବେଳେ ଯୋଗେଶ୍ଵର ସସ୍ମିତାଙ୍କୁ ମାଡମାରି ଏବଂ ଭୟ ଭୀତ କରାଇ ପୁଣି ଦୁଷ୍କର୍ମ କରିଥିଲେ। ଯାହାଫଳରେ ସସ୍ମିତା ଅଚେତ ହୋଇ ପଡ଼ିଥିଲେ।ଏହା ମଧ୍ୟରେ ବିଧାୟକଙ୍କ ଗାଡ଼ି ଚାଳକ ଘଟଣାର ପ୍ରାୟ ୨୧ ଦିନ ପରେ ନିଜ ଘରେ ପହଞ୍ଚିଥିଲେ। ତଥାପି ଲୋକଲଜ୍ୟା ଓ ଭୟଭୀତ ଅବସ୍ଥାରେ ଥିବା ମହିଳା ନିଜ ସ୍ୱାମୀଙ୍କୁ ଏ ସଂପର୍କରେ କିଛି କହିନଥିଲେ । ଉକ୍ତ ମହିଳାଙ୍କର ମୁଖମଣ୍ଡଳ ମଳିନ ଓ ଚିନ୍ତା ଗ୍ରସ୍ତ ଦେଖି ସ୍ୱାମୀ ତାଙ୍କୁ ବାରମ୍ଵାର ଘଟଣା କଣ ବୋଲି ପ୍ରଶ୍ନ କରିବାରୁ ସେ ସମସ୍ତ ଘଟଣା ସ୍ୱାମୀଙ୍କୁ ଖୋଲି କହିଥିଲେ।ଏହାପରେ ସ୍ୱାମୀ ଏବଂ ସ୍ତ୍ରୀ ମୋହନା ଥାନାକୁ ଆସି ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି ଏ ନେଈ ମୋହନା ଥାନା କେଶ ନଂ୧୫୦/୨୧ରେ ମାମଲା ରୁଜୁ କରିଘଟଣାର ତଦନ୍ତ ଚାଲୁଥିବା ମୋହନା ଆଇଆଇସି ସୁଜିତ କୁମାର ନାୟକ କହିଛନ୍ତି।