ବିଧାୟକଙ୍କ ଦ୍ୱାରା ଦୁଇ ପଚାଂୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସ୍ଥାନୀୟ ବ୍ଲକର ଚିକଲଖଣ୍ଡି ଓ ଭିକାରିପଲ୍ଲୀ ପଚାଂୟତର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଚିକଲଖଣ୍ଡି ପଚାଂୟତର ମୁଖ୍ୟ ଫାଟକ, ଅତିରିକ୍ତ ପଚାଂୟତ ଗୃହ ଓ ପ୍ରାଣିଧନ କେନ୍ଦ୍ର ଗୃହର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡି,ଉପଧ୍ୟକ୍ଷା ଅମିତା ସାହୁ, ସରପଂଚ ଡି.ଲକ୍ଷ୍ମୀ ରେଡି,ପୂର୍ବତନ ସରପଂଚ ଡି.ରାମସ୍ୱାମୀ ରେଡ୍ଡୀ,ଏସ୍.କାନ୍ତେୟା ରେଡି, ଅଭିରାମ ପ୍ରଧାନ, ସନ୍ତୋଷ ବେହେରା, ଏମ୍.ସୂର୍ଯ୍ୟନାରାୟଣ ରେଡି, ହରେକୃଷ୍ଣ ଗୈାଡ, ହରିବନ୍ଧୁ ପ୍ରଧାନ, ପିଇଓ ଏ.ରଘୁନାଥ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭିକାରିପଲ୍ଲୀ ପଚାଂୟତ ମଧ୍ୟ ବିଧାୟକ ଶ୍ରୀ ବେହେରା ଯୋଗଦେଇ ପଚାଂୟତ ଅତିରିକ୍ତ ଗୃହକୁ ଉଦଘାଟନ କରିବାସହ ମିଶନଶକ୍ତି ଦ୍ୱାରା ପ୍ରସ୍ତୁତ ମାସ୍କ ବଟଂନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ