ବିଧାୟକଙ୍କ ଦ୍ୱାରା ଶ୍ରେଣୀ ଗୃହ ଉଦ୍‌ଘାଟିତ

ବୁଗୁଡା – ବାଲିପଦର ବାଲୁଙ୍କେଶ୍ୱର ବିଜ୍ଞାନ ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ସୀମାଞ୍ଚଳ ଦାସ, ଟ୍ରଷ୍ଟ ସଭାପତି ଶିବବ୍ରତ ନାୟକ, ଗଭର୍ଣ୍ଣିଙ୍ଗି ବଡି ସଭାପତି କେ ଅଶୋକ କୁମାର ପାତ୍ର, ଗଭର୍ଣ୍ଣିଙ୍ଗି ବଡି ସମ୍ପାଦିକା ସଂଯୁକ୍ତା ଦାସ ଅତିଥି ଭାବେ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ