ବିଧାୟକଙ୍କ ଭିତ୍ତିପ୍ରସ୍ତର ଓ ଉଦଘାଟନୀ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଳକର ଦୁଇଟି ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ନୂତନ ବଜାର ଗୃହ ଉଦଘାଟନ କରିଛନ୍ତି। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପାଙ୍ଗିଡି ଗ୍ରାମ ଠାରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୁଲ୍ୟରେ ପାଙ୍ଗିଡି ଠାରୁ ସାପୁଆପଲ୍ଲୀ ରାସ୍ତା ଏବଂ ଲକ୍ଷ୍ମୀପୁର ଗ୍ରାମ ଠାରେ ସୋଲଣ୍ଡି ଠାରୁ ବୁରୁଝୋଳା ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ ପାଙ୍ଗିଡି ଗ୍ରାମର ନୂତନ ବଜାର ଗୃହକୁ ଉଦଘାଟପନ କରିଥିଲେ। ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ସମାଜସେବୀ ଧରଣୀଧର ପଣ୍ଡା, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପାଙ୍ଗିଡ଼ି ସରପଞ୍ଚ ଭାଗ୍ୟଲତା ବିଷୋୟୀ, ସମିତି ସଭ୍ୟା ସସ୍ମିତା କୁମାରୀ ଆପଟ, ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ଆପଟ, ପୂର୍ବତନ ସମିତି ସଭ୍ୟ କୃଷ୍ଣ ରା, ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ, ଖୋଳଖାଳିର ପୂର୍ବତନ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ