ବିଧାୟକଙ୍କ ଲୋକ ସାକ୍ଷାତ ପାଉନଥିବା ବେଳେ ପୂର୍ବତନ ବିଧାୟକ କିଶୋର ବାଂଟିଲେ ମାସ୍କ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ବିଧାୟକଙ୍କୁ ନିର୍ବାଚନ ମଣ୍ଡଳିର ଜନସାଧାରଣ ଦେଖିବାକୁ ପାଉନଥିବା ବେଳେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ବିଧାନସଭା ନିର୍ବାଚନ ମଣ୍ଡଳିର ୬ଟି ପଂଚାୟତରେ ବୁଲି ବୁଲି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ବାଂଟିଥିବାର ଦେଖିବାକୁ ମିଳିଛି । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଡରା,ଅମୃତମଣୋହୀ ଓ ବଲୁରିଆ ପଂଚାୟତ ସମେତ କେନ୍ଦ୍ରାପଡା ବ୍ଲକ ଅଧିନ ଘାଘରା,ଚନ୍ଦନପୁର ଏବଂ କୋରୋ ପଂଚାୟତରେ ବୁଲି ମାସ୍କ ବାଂଟିଛନ୍ତି । ସାରା ବିଶ୍ୱରେ କରୋନା ମହାମାରୀର ସମ୍ମୁଖିନ ହେଉଥିବା ବେଳେ ଜନସାଧାରଣଙ୍କ ଜୀବନ ଲକଡାଉନ ଭିତରେ ରହି ବିତୁଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପୂର୍ବତନ ବିଧାୟକ ଶ୍ରୀ ତରାଇ ଲୋକଙ୍କ ନିକଟରେ ପହଁଚି ସେମାନଙ୍କ ଦୁଃଖସୁଖରେ ସାମିଲ ହେବା ଘଟଣା ସାଧାରଣରେ ବେଶ ପ୍ରଶଂସିତ ହୋଇଥିବାର ଦେଖିବାକୁ ମିଳିଛି । ବିଧାୟକ ଶ୍ରୀ ତରାଇଙ୍କ ସହିତ ମାସ୍କ ବଂଟନ ସମୟରେ ଘାଘରାର ବଳରାମ ପରିଡା, ଚନ୍ଦନପୁରର କୈଳାସ ଚନ୍ଦ୍ର ମଲ୍ଲିକ, ସୀରାଜ ଖାନ, ରମେଶ ଚନ୍ଦ୍ର ସାହୁ, ନୁର ଅଲ୍ଲି ଖାନ, ଲିଆକତ ଅଲ୍ଲି ଖାନ, କୋରୋର ଅକ୍ଷୟ କୁମାରପାତ୍ର, ଅଭିରାମ ନାୟକ, ବୀର ଦାସ, ଉଦୟ ନାଥ ମଲ୍ଲିକ, ଦେବବ୍ରତ ବରାଳ, ବଲୁରିଆ ସରପଂଚ ରତିକାନ୍ତ ସାହାଣି, ମନୋରମା ଭୂୟାଁ, ବିଜୟ ତରାଇ, ଅନନ୍ତ ତରାଇ, ଜ୍ଞାନରଞ୍ଜନ ରାଉତ, ଅଣ୍ଡରା ସରପଂଚ ଅନ୍ନପୂର୍ଣ୍ଣା ମଲ୍ଲିକ, ସଭାପତି ବିଜୟ ମଲ୍ଲିକ, ଅଜୟ ମଲ୍ଲିକ, ଅବିନାଶ ମଲ୍ଲିକ, ସମୀର ମଲ୍ଲିକ, ପିତାମ୍ବର ମଲ୍ଲିକ, ଧର୍ମେନ୍ଦ୍ର ମଲ୍ଲିକ, ଅମୃତମଣୋହୀର ତ୍ରିଲୋଚନ ସାହୁ, ହୃଷିକେଶ ରାଉତ, ମନ୍ଦାକିନୀ ତରାଇ ଓ ବାନାମ୍ବର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ