ବିଧାୟକଙ୍କ ହସ୍ତକ୍ଷେପରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କ ସଫଳ ଅପରେସନ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜଣେ ଗୁରୁତର ରୋଗୀ ଶ୍ରୀମତି ରାଧାମଣି ଓଡ଼ି ଗ୍ରାମ କେନ୍ଦୁଗୁଡ଼ା, ବ୍ଲକ – ମାଲକାନଗିରି ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେଫର୍‌ କରାଯାଇଥିଲା। ଆର୍ଥିକ ସ୍ଥିତି ବାଧକ ସାଜି ଥିବାରୁ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମିଙ୍କ ନିର୍ଦ୍ଦେଶରେ ଶ୍ରୀ ବିଜୟ ମହାରଣା ରୋଗୀଙ୍କ ପାଇଁ ମାଲକାନଗିରିରୁ ଭୁବନେଶ୍ୱରର ସମ୍ ହସ୍ପିଟାଲ ପର୍ଯ୍ୟନ୍ତ ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ।କିନ୍ତୁ ସମ୍‌ ହସ୍ପିଟାଲରେ ଅପରେସନ ସମୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍‌-ଜେଏୱାଇ) କାର୍ଡରେ ରୋଗୀଙ୍କ ନାମ ଯୋଡ଼ା ହୋଇନଥିବା ବା କିଛି ତାଲିକାକରଣ ସମସ୍ୟା ଥିବା ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ଅପରେସନ ପାଇଁ ୨ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ଜଣେଇ ଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇ ବିଧାୟକ ଶ୍ରୀ ମାଡ଼କାମି ତୁରନ୍ତ ସମ୍‌ ହସ୍ପିଟାଲ ପରିଦର୍ଶନ କରି ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।ତାଙ୍କ ସକ୍ରିୟ ହସ୍ତକ୍ଷେପ ଯୋଗୁଁ ପିଏମ୍‌-ଜେଏୱାଇ ଯୋଜନାରେ ଥିବା ସମସ୍ୟାର ସମାଧାନ ହୋଇଥିଲା। ଫଳସ୍ୱରୂପ, ରୋଗୀଙ୍କର ଅପରେସନ ପିଏମ୍‌-ଜେଏୱାଇ ଯୋଜନା ଅଧୀନରେ ମାଗଣାରେ ସଫଳତାର ସହ ସମ୍ପନ୍ନ ହୋଇଛି ଏବଂ ରୋଗୀ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇଛନ୍ତି।ବିଧାୟକଙ୍କ ଏହି ମାନବୀୟ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ