ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ମହୋତ୍ସବ ପାଇଁ ବିଧାୟକଙ୍କ ଦ୍ୱାରା ଶୁଭ ଖୁଣ୍ଟି ସ୍ଥାପିନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠାରେ ଚାଲିଥିବା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଉପଲକ୍ଷେ ହେବାକୁ ଥିବା ମହୋତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀଙ୍କ କରକମଳରେ ସ୍ଥାପିତ ହେବା ସହିତ ମହୋତ୍ସବ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।ଆଜି ବେଲଗୁଣ୍ଠା ବଡ଼ଦାଣ୍ଡଠାରୁ ମହୋତ୍ସବ କମିଟି ସଭାପତି ତଥା ବିଧାୟକ ଶ୍ରୀ ବିଷୋୟୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ଶୁଭ ଖୁଣ୍ଟି ନେଇ ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ପହଞ୍ଚିଥିଲେ ।ସେଠାରେ ମାଁ ଙ୍କ ନିକଟରେ ଶୁଭଖୁଣ୍ଟି ପୂଜାର୍ଚ୍ଚନା କରିବା ପରେ ବଡ଼ଦାଣ୍ଡ ଠାରେ ଏହାକୁ ସ୍ଥାପନା କରାଯାଇଥିଲା । ପରମ୍ପରା ଅନୁସାରେ ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ଯାତ୍ରାରେ ଗୋଟିଏ ଶୁଭ ଖୁଣ୍ଟି କୋଳି ସାହି ଅସ୍ଥାୟୀ ପୀଠରେ ସ୍ଥାପନା କରାଯାଇଥିବା ବେଳେ ମହୋତ୍ସବ ତଥା ବିଭିନ୍ନ ସାହି, ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତରଫରୁ ହେଉଥିବା ଆତସବାଜି, ପଟୁଆର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନ୍ୟ ଏକ ଶୁଭ ଖୁଣ୍ଟି ବଡ଼ଦାଣ୍ଡରେ
ସ୍ଥାପିତ କରାଯାଇଥାଏ ଯାହା କି ଏହି ଯାତ୍ରାର ବିଶେଷତ୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ ।ଆଜିର ଏହି କାର୍ଯ୍ୟକ୍ରମ ପରେ ବିଭିନ୍ନ ସାହି ତରଫରୁ ମାଁ’ଙ୍କ ନଗର ପରିକ୍ରମା ଆରମ୍ଭ ହେବ ବୋଲି ଜଣାପଡିଛି । ଆଗାମୀ ଦିନରେ ମାଁ’ଙ୍କ ନଗର ପରିକ୍ରମା ମହାସମାରୋହରେ ପାଳନ ହେବା ସହିତ ବିଭିନ୍ନ ପ୍ରକାରର ଆତସବାଜି ପ୍ରଦର୍ଶନ ହେବ ଯାହା କି ବେଲଗୁଣ୍ଠା ଯାତ୍ରାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି ।ଏଥି ସହିତ ଓଡିଶାର ବହୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ କାର୍ଯକାରୀ ସଭାପତି ନଗରପାଳ ଫିରୋଜ କୁମାର ସେଠୀ, ଉପଦେଷ୍ଟା ତଥା ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଓ ନୀଳାଚଳ ମହାପାତ୍ର, ଯାତ୍ରା କମିଟି ସମ୍ପାଦକ ସତୀଶ ରେଡ୍ଡୀ, ସହ-ସମ୍ପାଦକ ଦିବ୍ୟ ରଞ୍ଜନ ଦାଶଙ୍କ ସମେତ ସମସ୍ତ କାଉନସିଲର, କାଉନସିଲର ପ୍ରତିନିଧି, ସ୍ଥାନୀୟ ସଂସ୍କୃତି ପ୍ରେମୀ, ବହୁ ବୁଦ୍ଧିଜୀବୀ, ସହରବାସୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ