ବିଧାୟକ ଓ ପୂର୍ବତନ ଉପବାଚସ୍ପତିଙ୍କ ମିଳିତ ପ୍ରଚାର

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତରେ ବିଜେଡି ସମର୍ଥିତ ସମିତି ସଭ୍ୟ ପାର୍ଥି ହଜାରୀରାମ ବେହେରା, ସରପଞ୍ଚ ପାର୍ଥି ମନଜ ବେହେରା ଓ ଜିଲ୍ଲାପରିଷଦ ସଭ୍ୟପାର୍ଥି ସନାତନବେହେରା, ଙ୍କ ପାଇଁ ମିଳିତ ଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣନ ବୋର୍ଡର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ପ୍ରଚାର କରିଛନ୍ତି । ଉକ୍ତ ପଞ୍ଚାୟତର ବୁରୁଡ଼ି , ଜହମି , ରାମଚନ୍ଦ୍ରପୁର, ଡିଆଁଡିଇଁ, ମଧୁରଛୁଆଁ, ଗୌରଙ୍ଗପାଟଣା, ବିରୁଳିଗଡ଼, ପଣସଢି଼ଅ, ଧର୍ମସରଣପୁର, ଅଇଁଠାବଣ, କାଠସାଳିଆ, ପ୍ରମୁଖ ଗ୍ରାମରେ ଘର ଘର ବୁଲି ଦଳୀୟ ପାର୍ଥିଙ୍କ ବିଜୟ କରିବା ପାଇଁ ଆହ୍ଵାନ କରିଥିଲେ । ଏହି ପ୍ରଚାରରେ ବ୍ଲକସଭାପତି ଇନ୍ଦ୍ରମଣିଦଳେଇ, ଆତ୍ମାର ଅଧ୍ୟକ୍ଷ ଚନ୍ଦ୍ରଶେଖର ନାହାକ, ଯୁବ ନେତା ବେଣୁ ଧର ନାହାକ, ପୁର୍ବତନ ସରପଞ୍ଚ କେଦାର ସ୍ୱାଇଁ, କୃଷକ ନେତା ବାନାମ୍ବର ପଲେଇ, ଜିଲ୍ଲାଯୁବ ବିଜେଡି ସଭାପତି ଶିଵ ସ୍ୱାଇଁ, ବିଭୂତି ଭୂଷଣ ନାହାକ, ଜୟକୃଷ୍ଣ ଦଳେଇ, ଶିଶିର ନାହାକ, ମାନସ ରଞ୍ଜନ ନାହାକ, ଖଗେଶ୍ୱର ନାହାକ ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ