ବିଧାୟକ ପ୍ରତିନିଧିଙ୍କ ବନ୍ତ ବ୍ଲକ ଗ୍ରସ୍ତ: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ବିଡିଓଙ୍କ ସହ ଆଲୋଚନା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସୁପୁତ୍ର ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ଆଜି ତୋଫାନୀ ଗ୍ରସ୍ତରେ ବନ୍ତ ବ୍ଲକ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ବିଡିଓଙ୍କ ସହ ଆଲୋଚନା କରିଥିଲେ । ବନ୍ତ ବ୍ଲକରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କର ବଦଳି ସଂପର୍କରେ ଆଲୋଚନା କରିବା ସହ ସାଂସଦ ଓ ବିଧାୟକ ପାଣ୍ଠିରେ କେତେ କାର୍ଯ୍ୟ ହୋଇଛି ତାହାର ସମୀକ୍ଷା କରିଥିଲେ । ବ୍ଲକର କେଉଁଠି ଅଙ୍ଗନୱାଡି ଘର କାର୍ଯ୍ୟ ହୋଇପାରୁ ନାହିଁ ତାହାର କାରଣ ବିଡିଓଙ୍କୁ ପଚାରି ବୁଝିଥିଲେ । ଚଳିତ ବର୍ଷ ୩୫ଟି ଅଙ୍ଗନୱାଡି ଘର ତିଆରି ପାଇଁ ଅର୍ଥ ଆସିଥିବା ବେଳେ ସେଥିନେଇ ଫିଜିବିଲିଟ୍ ରିପୋର୍ଟ ମଗା ଯାଇଥିବା ବିଡିଓ କହିଥିଲେ । ବ୍ଲକ ଯୋଗାଣ ଅଧିକାରୀଙ୍କ ପାଇଁ ଅଫିସ ଗୃହ ନଥିବାରୁ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବା ନେଇ ଆଲୋଚନା କରିଥିଲେ । ବନ୍ତ ସଦର ମହକୁମାରେ କୃଷି କାର୍ଯ୍ୟାଳୟ ଥିଲେ ମଧ୍ୟ ତାହା ଚାଲୁନଥିବା ଏବଂ ବ୍ଲକ ସହକାରୀ କୃଷି ଅଧିକାରୀ ବ୍ଲକ ନଆସିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ସିଡିପିଓଙ୍କ ପାଇଁ ଅଫିସ ଗୃହ କିମ୍ବା ଗାଡିର ବ୍ୟବସ୍ଥା ନଥିବା ନେଇ ଆଲୋଚନା କରିଥିଲେ । ବ୍ଲକରେ ଛତୁଆ ବଣ୍ଟନର ଦାୟୀତ୍ୱ ଜଣକୁ ଦିଆଯାଇଥିବାରୁ ତାହାକୁ ଆଗାମୀ ଦିନରେ ୨ ଭାଗ କରାଯାଇ ଦୁଇଟି ଏସ.ଏଚ୍.ଜି ଗ୍ରୁପକୁ ଦିଆଯିବ ବୋଲି କହିଥିଲେ । ପ୍ରତି ପଞ୍ଚାୟତରେ ରହିଥିବା ବିଭିନ୍ନ ପାଣ୍ଠିର ଅର୍ଥ କାହିଁକି ଖର୍ଚ୍ଚ କରାଯାଉନାହିଁ ସେନେଇ ପଦକ୍ଷେପ ନେବାକୁ ବିଡିଓଙ୍କୁ କହିଥିଲେ । ଯେଉଁ କର୍ମଚାରୀ ମାନେ ବ୍ଲକରେ ଅଧିକ ବର୍ଷ କାର୍ଯ୍ୟ କଲେଣି ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଇ ନୂତନ କର୍ମଚାରୀ ଅଣାଯିବା ସଂପର୍କରେ ଆଲୋଚନା କରିଥିଲେ । ଏଥିସହ ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ସଂପର୍କରେ ବିଡିଓଙ୍କୁ ପଚାରି ବୁଝିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ନେତୃତ୍ୱ ମାନଙ୍କ ଉପସ୍ଥିତିରେ ବିଡିଓଙ୍କ ସମ୍ମୁଖରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ସେ କହିଥିଲେ । ବିରୋଧି ନ ରହିଲେ ଆମେ କଣ କରୁଛନ୍ତି ତାହା ଜାଣି ପାରିବା ନାହିଁ ବୋଲି ସେ କହିଥିଲେ । ଏହି ଆଲୋଚନାରେ ବିଡିଓ ରେବେକା ବିଲୁଙ୍ଗ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ଜିଲା ଛାତ୍ର ବିଜେଡି ସଭାପତି ତଥାଗତ ସାମଲ, ପ୍ରିୟବ୍ରତ ନାୟକ, ପ୍ରାକ୍ତନ ବ୍ଲକ ଯୁବ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବିଜୟ କୁମାର ଖଟୁଆ, ସନ୍ତୋଷ ବାରିକ, ରବିନ୍ଦ୍ର ଧଳ, ସତ୍ୟବତ୍ର ପଣ୍ଡା, ଅଶୋକ କୁମାର ମହାନ୍ତି, ପ୍ରଣବ କିଶୋର ଲେଙ୍କା, ଜଗତ ଜୀବନ ଜେନା, ହୃଦୟ ରଂଜନ ମହାପାତ୍ର, ସମୀମ୍ ନୱାଜ୍, ଦୀଲିପ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।