ବିଧାୟକ ପ୍ରତିନିଧିଙ୍କ ମେଡିକାଲ ପରିଦର୍ଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ ପରିଦର୍ଶନ କରିଥିବା ଜଣାପଡ଼ିଛି। ଶ୍ରୀ ସାମଲ ସେଠାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ବିଧାୟକଙ୍କ ଆଞ୍ଚଳିକ ପାଣ୍ଠିରୁ ଯଥାଶୀଘ୍ର ଏକ ଆମ୍ବୁଲାନ୍ସ ଯୋଗାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ଡାକ୍ତର କମଳାକାନ୍ତ ସ୍ୱାଇଁ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅମ୍ବିକାବଲଭ ସ୍ୱାଇଁ, ବିପିଏମ ରଶ୍ମିରେଖା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଶ୍ରୀ ସାମଲଙ୍କୁ ଅବଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଲଳିତ କୁମାର ରାଉତ, ସମାଜସେବୀ ଦେବେନ୍ଦ୍ର ଦାସ, ସତ୍ୟାନନ୍ଦ ମହାପାତ୍ର, ମେଡିକାଲ ସୁପରଭାଇଜର ମନୋରଞ୍ଜନ ରାଉତ, ପଙ୍କଜ ବେହେରା, ରଞ୍ଜିତ ବରାଳ, ଲଲାଟ ପାଢ଼ୀ, ଶୁଭ୍ରା ଗାଙ୍ଗୁଲି, ଭରତ ପାତ୍ର ଉପସ୍ଥିତ ଥିଲେ ।