ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ଭୁୁବନେଶ୍ୱର, (ୱାଇଏନ୍‍ଏସ୍‍): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଶପଥ ନେଇଛନ୍ତି । ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାସ୍ଥିତ ନିଜ ପ୍ରକୋଷ୍ଠରେ ମଙ୍ଗଳବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ପାଠ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ ରୁଦ୍ର କହିଛନ୍ତି ଯେ ଅଂଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ । ଆଜି ଶପଥ ନେବା ପରେ ଆସନ୍ତାକାଲିଠୁ ଏଦିଗରେ କାମ ଆରମ୍ଭ କରିଦେବି । ଏହାବାଦ ଆଚରଣବିଧିର ଆଜି ଶେଷ ଦିନ । କାଲିଠୁ ଅଫିସିଆଲ ପ୍ରୋସେସ୍ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ରୁଦ୍ର ।ଉଲ୍ଲେଖ୍ୟଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀଏବଂ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧକ ଭୋଟରେ ପରାସ୍ତ କରି ପିପିଲି ଆସନ ହାତେଇଛନ୍ତି । ରୁଦ୍ର ମହାରଥୀ ୯୬ ହଜାର ୯୭୨ଟି ଭୋଟ୍ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ