ବିଧାୟକ ରମେଶ ଜେନା କଂ ପ୍ରେସ ମିଟ୍;ପ୍ରଦୀପ କଂ ସହଯୋଗୀ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ କୁଂ ଜେରା କର
କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍): ପ୍ରଦୀପ ପାଣୀଗ୍ରାହୀ କଂ ସହଯୋଗୀ ଥିବା ବିଧାୟକ,ବ୍ଲକ ଅଧଷ ,ଠିକାଦାର,ମଦ ବେପାରୀ କୁଂ ଜେରା କରୁ କ୍ରାଇମବ୍ରାଞ୍ଚ।ପ୍ରଦୀପ ପାଣିଗ୍ରାହୀ ବିଧାୟକ ,ମନ୍ତୀ ଥିବା ବେଳେ ବହୁ ଦୁନୀତି ରେ ଲିପ୍ତ ରହିଛନ୍ତି । ସୋରଡା ନିକଟରେ ୧୧୦ ଏକର ଜମି କୁ ଆଦୀବାସୀ ମାନକୁଂ ଧମକ ଦେଇ ହାତେଇଛନ୍ତି । ଉତରାଖଣ୍ଡରେ ଏକ ପାଓ୍ବାର ପ୍ଲାଣ୍ଟ ମଧ୍ୟ ରହିଛି । ବ୍ରଜନଗର ଠାରେ ଦରକାରୀ ନଥିବା ସ୍ଥାନରେ ସରକାରୀ ଅର୍ଥ ରେ ରାସ୍ତା ନିମାଣ କରି କିଛି ବିଲଡର ମାନକୁଂ ସହାନୁଭୂତି ଦେଖାଇଛନ୍ତି । ସାନଖେମୁଣ୍ଡି ଅଞଳର ଜଣେ ମିଲ ମାଲିକ ତାକୁଂ ଏକ ଦାମୀ କାର ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଗଞ୍ଜାମରେ ଯେଉଁ ବିଶୃଙ୍ଖଳା ମୟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଦାୟୀ । ଜମି ଠାରୁ ଆରମ୍ଭ କରି ମୋରମ, ମଦ ଏବଂ ବାଲି ଦୁର୍ନୀତି ଚୋରା ଚାଲାଣ ପଛରେ ପ୍ରଦୀପ ସମ୍ପୃକ୍ତ । ସରକାର ଏହାର ଉଚିତ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରି ପ୍ରଦୀପ କଂ ବିରୋଧରେ ବିଷ ଓଗାଳିଛନ୍ତି ଏବଂ ରାଜ୍ୟ ବାହାରେ ଥିବା ପ୍ରଦୀପ ସଂପତି ଯାଞ ପାଇଁ ରାଜ୍ୟସରକାର ଇଡି କୁ ଦାୟିତ୍ବ ଦିଅନ୍ତୁ ବୋଲି ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପ୍ରାୟ ୧୬ ବର୍ଷ ହେଲା ପ୍ରଦୀପ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି । ସାଧାରଣ ଲୋକଙ୍କ ବଦଳରେ, ମାଫିଆଙ୍କ ସ୍ୱାର୍ଥରେ କାମ କରୁଥିଲେ । ପ୍ରଦୀପ ଜଣେ ନୁହଁନ୍ତି, ଜିଲ୍ଲାର କିଛି ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷ ତାଙ୍କ ଦୁର୍ନୀତିରେ ଭାଗିଦାର ଥିଲେ । ସବୁର ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ଅନ୍ୟ କଂଗ୍ରେସ ନେତା ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସବୁ ଗୁମର ଖୋଲିବେ ବୋଲି ଶୁକ୍ରବାର ବିଭିନ୍ନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ରମେଶ କହିଥିଲେ ଯେ ,ଦିନ ଥିଲା ମୋ ମା’କୁ ସେ କନ୍ଦାଇଥିଲେ । ମୋ ନାଁରେ ୫୪ ମିଛ କେଶ୍ ଦେଇଥିଲେ । ସେତେବେଳେ ସେ ବିଧାୟକ ନ ଥିଲେ, ଖାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଥିଲେ । ପରେ ସେ ବିଧାୟକ ହେଲେ, ମନ୍ତ୍ରୀ ହେଲେ । ଏହି ସମୟ ଭିତରେ ସେ କ’ଣ କରିଛନ୍ତି ମୁଁ ସବୁ ଜାଣିଛି । ଆସନ୍ତା ୬ ତାରିଖରେ ଏହା ଉପରେ ଗଞ୍ଜାମରେ ସାମ୍ବାଦିକ ସମ୍ମୀଳନୀ ଡ଼ାକିବେ ବୋଲି କହିଥିଲେ । ତାଙ୍କୁ ବହୁ ଆଗରୁ ଗିରଫ କରିବାର ଥିଲା, ମାତ୍ର ବହୁ ବିଳମ୍ବରେ ସରକାର ତାଙ୍କୁ ଗିରଫ କଲେ ବୋଲି ରମେଶ କହିଥିଲେ । ନବୀନ ପଟ୍ଟନାୟକ ତାକୁଂ ଲୁଟିବା ସୁଯୋଗ ଦେଇ ଶେଷରେ ଗିରଫ କଲେ ।


