ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରୋନା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

ବୁଗୁଡା,(ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକର ବି.କରଡ଼ାବାଡ଼ି ଓ ତାକରଡ଼ା ପଞ୍ଚାୟତ କୁ ଗସ୍ତ କରି କରୋନା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। କରୋନା ପାଇଁ ଲକ ଡାଉନ ଯୋଗୁଁ ସରକାରଙ୍କ ପକ୍ଷରୁ ଯେଉଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ତାହା ବିଭିନ୍ନ ହିତାଧିକାରୀଙ୍କୁ ସଠିକ ଭାବେ ମିଳିଛି ନା ନାହିଁ ବୁଝିଥିଲେ। ଏଥି ସହିତ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସ୍ତୁତି ବିଷୟରେ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ରାଜ୍ୟରୁ ଓଡ଼ିଆ ବ୍ୟକ୍ତିମାନେ ଫେରିବା ପରେ ସେମାନଙ୍କ ସମସ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ରେବତୀ ମୋହନ ନାୟକ, ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ବରୁଣ ସେନାପତି ଓ ପଞ୍ଚାୟତରେ ଲୋକ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ