ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମାରାଥନ ଉଦଘାଟନୀ କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟାଙ୍କ ପୋଲସରା ବ୍ଲକର ୭ ଗୋଟି ଗ୍ରାମରେ ମାରାଥନ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବ୍ଲକର ଜେ. ଡେଙ୍ଗାପଦର, ମର୍ଦ୍ଦରାଜପୁର, କଲମ୍ବ, କରାତଳି, ମଦ୍ଦରାଙ୍ଗପଲ୍ଲୀ, ଚିରିକିପଡା ଶାସନ ଓ ମାଳ ତେନ୍ତୁଳିଆ ୭ ଟି ଗ୍ରାମରେ ଶତ ପ୍ରତିଶତ ବାସଗୃହକୁ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ରାଜ୍ୟର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ପ୍ରତ୍ୟେକ ଗ୍ରାମର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିଷ୍ପତ୍ତି ନେଇଥିବା ବିଧାୟକ ପ୍ରକାଶ କରିଥିଲେ । ଜନସାଧାରଣ ନିଜ ଘରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇବା ସହ ଆନନ୍ଦ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ସହ ପ୍ରତି ଗ୍ରାମର ଜନସାଧରଙ୍କ ସହ ଅଭାବ ଅସୁବିଧା ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ, ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ତ୍ରିପାଠୀ ଓ କନିଷ୍ଠ ଯନ୍ତ୍ରୀ ଇଂ ସ୍ୱରୂପ କୁମାର ତ୍ରିପାଠୀଙ୍କ ସମେତ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ବରିଷ୍ଠ ବିଜେଡି ନେତା ପଦ୍ମନାଭ ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ପ୍ରାକ୍ତନ ସରପଞ୍ଚ ସତ୍ୟନାରାୟଣ ସାହୁ, ମହିଳା ବିଜେଡି ନେତ୍ରୀ ଝୁନୁ ଦାଶ, ସରପଞ୍ଚ ସସ୍ମିତା ପ୍ରଧାନ, ସମିତି ସଭ୍ୟ ଭଗବାନ ପ୍ରଧାନ, ରଞ୍ଜନ କୁମାର ସାହୁ, ଭଗବାନ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ