ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିଭିନ୍ନ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ଜୁଲାଇ ୨ ତାରିଖ ଦିନ ବୁଗୁଡା ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣାପଡିଛି। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମା ସାଙ୍କୁଳେଇ କଲ୍ୟାଣ ମଣ୍ଡପ ଠାରେ ଘୁମୁସର ତାଲୁକା ୧୮ ମୁଠା ରଜକ ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏହି ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇଥିଲେ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପାଙ୍ଗିଡି ଗ୍ରାମକୁ ଯାଇ ବିଧାୟକ ଶ୍ରୀ ସାହୁ, ଶ୍ରୀ ରଘୁନାଥ ମନ୍ଦିର ମଠ ଗୃହ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ ପଙ୍କଳବାଡି ଗ୍ରାମର ରଘୁନାଥ ଗୌଡ (୩୦) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ବିଧାୟକଙ୍କ ସହ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପାଙ୍ଗିଡି ସରପଞ୍ଚ ଭାଗ୍ୟଳତା ବିଷୋୟୀ, ସମିତି ସଭ୍ୟା ସସ୍ମିତା କୁମାରୀ ଆପଟ, ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ପୂର୍ବତନ ସରପଞ୍ଚ ସୁଶାନ୍ତ ଆପଟ, ପୂର୍ବତନ ସମିତି ସଭ୍ୟ କୃଷ୍ଣ ରା ଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ