ବିଧାୟକ ସମୀର ଦାଶ ଙ୍କୁ କଳା ପତାକା ପ୍ରଦର୍ଶନ

ନିମାପଡ଼ା, (ଯୁଗାବ୍ଦ ନ୍ୟୁଜ):ପୁରୀ ଜିଲ୍ଲା ଗୋପ ବ୍ଲକ ବେଦପୁର ଠାରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଗାଁ ର ଏକ କୋଠ ଘର ଉଦଘାଟନ କରିବାକୁ ଯାଇଥିବା ବେଳେ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ କିଛି ବିଜେପି ସମର୍ଥକ ବିଧାୟକ ସମୀର ଦାଶ ଙ୍କୁ ଦୃଢ଼ ବିରୋଧ କରିଛନ୍ତି । ପାନୀୟ ଜଳ ସମାସ୍ୟା ସହ ବିଭିନ୍ନ ସମାସ୍ୟା ଓ ଦଳୀୟ କନ୍ଦଳକୁ ନେଇ ଅସନ୍ତୁଷ୍ଟ କର୍ମୀ ଓ ବିଜେପି କର୍ମୀ ମାନେ ବିଧାୟକଙ୍କ ବିରୁଦ୍ଧରେ ନାରା ବାଜି କରିବା ସହ କଳା ପତାକା ପ୍ରଦର୍ଶନ କରି କୁସପୁତ୍ତଳିକା ଦାହ କରିଥିଲେ। ଗୋପ ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘଟଣା ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ରାଜନୈତିକ ବାତାବରଣ କୁ ବେଶ ଉଷ୍ମ କରିଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ