ବିଧାୟିକାଙ୍କ ଦ୍ୱାରା ବସୁନ୍ଧରା ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ
କୋଦଳା, (ଗୁଲସନ କୁମାର କର):ବୁଧବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀ ମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ହିତାଧିକାରୀ ମାନଙ୍କ ଏହି ପଟ୍ଟା ପ୍ରଦାନ କରିବା ସହ ଯୋଜନା ସଂପର୍କରେ ଅବଗତ କରାଇଥିଲେ। ସୁମଣ୍ଡଳ ରାଜସ୍ବ ନିରୀକ୍ଷକଙ୍କ ଅଧିନରେ ଥିବା ବଡ ଖଇରଖମା ପଂଚୟତର ୧୫ ଜଣ ଭୂମିହୀନ ହିତାଧିକାରୀ ଏହି ଯୋଜନାରେ ପଟ୍ଟା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥିମଧ୍ୟରୁ ୧୧ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ବେଳେ ୪ ଜଣ ହିତାଧିକାରୀ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଦିଆଯାଇପାରି ନାହିଁ।ପରବର୍ତ୍ତୀ ସମୟରେ ସେମାନଙ୍କୁ ଦିଆଯିବ ବୋଲି ତହସିଲଦାର ପ୍ରଭାତ କୁମାର ପରିଡା କହିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଧାୟିକା ଲତିକା ପ୍ରଧାନଙ୍କ ସମେତ କୋଦଳା ତହସିଲଦାର, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସାହୁ, ରାଜସ୍ବ ନିରୀକ୍ଷକ ହୃଷିକେଶ ପଲାଇ,ମହେନ୍ଦ୍ର କୁମାର ଗୌଡ଼ଙ୍କ ସମେତ କର୍ମଚାରୀ ଓ ହିତାଧିକାରୀ ଉପସ୍ଥିତ


