ବିଧାୟିକା ଲତିକାଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ

କୋଦଳା: (ଗୁଲସନ୍ କୁମାର କର) ମଙ୍ଗଳବାର କବିସୂର‌୍ୟ୍ୟନଗର ବିଧାୟିକା ବେଗୁନିଆପଡା ବ୍ଲକ ଗସ୍ତ କରି ସାନ ଉସ୍ତାପଡା ପଞ୍ଚାୟତ ନିକଟରେ ଜ. ଉ. ଋ. ଜ ଯୋଜନା ରେ ୨ କୋଟି ୫ଲକ୍ଷ ଟଙ୍କା ବିନିଯୋଗରେ ପୁରୁଣାପାଣି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ମୁଖ୍ୟ କେନାଲ ରାସ୍ତାର ପ୍ରଶସ୍ତୀକରଣ କାର‌୍ୟ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତିକ୍ଷ ଏହି ଟଙ୍କାରେ ୪ କି. ମି, ୪୦୦ ମିଟର ଲମ୍ବ ରାସ୍ତାର କାମ ହେବ କ୍ଷ ଏଥିରେ ନିର୍ବାହୀଯନ୍ତ୍ରୀ ମାନସ ରଞ୍ଜନ ଦାସ, ବେଗୁନିଆପଡ଼ା ବ୍ଳକ ବି. ଜେ. ଡି ସଭାପତି ବିଜୟ କୁମାର ଦୋରା, କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ, ଜୀଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ତ୍ରିନାଥ ଭୂୟାଁ, ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଉପସଭାପତି ବିଜୟ କୁମାର ନାୟକ, କୋଦଳା କନିଷ୍ଠ ଯନ୍ତ୍ରୀ ସୁରିତ ଦାସ, ବେଗୁନିଆପଡ଼ା କନିଷ୍ଠ ଯନ୍ତ୍ରୀ ବିନ୍ଦୁ ସାଗର ପଣ୍ଡା, ଖଲିକୋଟ କନିଷ୍ଠ ଯନ୍ତ୍ରୀ ସୀମାଞ୍ଚଳ ବୈଦ୍ୟ, ଅନ୍ୟାନ୍ୟ କର୍ମଚାରୀ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ