ରାଷ୍ଟ୍ରର ବିକାଶ ଓ ପ୍ରଗତିରେ ମହିଳାଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମହିଳା ଦକ୍ଷତା ସମିତି ରାଜ୍ୟ ଶାଖାର ୨୬ତମ ବାର୍ଷିକ ଅଧିବେଶନ ୟୁନିଟ୍-୩ସ୍ଥିତ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାବନ୍ଧିକା ପ୍ରଫେସର ବିଜୟଲକ୍ଷ୍ମୀ ମହାନ୍ତି ମୁଖ୍ୟ ଅତିଥି ଓ ଓଇଏସ୍ର ଯୁଗ୍ମ ନିର୍ଦ୍ଦେଶିକା ପ୍ରୀତିପ୍ରତିଭା ଭୋଳ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ଇଂଟରନେଟ୍ ବ୍ୟବହାରରେ ନାରୀ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସମିତିର କୋଷାଧ୍ୟକ୍ଷା ବୀଣାପାଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମିତିର ସାଧାରଣ ସଂପାଦିକା ସୁଚେତା ରାଉତ ସମିତିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ସମିତିର ସ୍ମରଣିକା ଉନ୍ମୋଚିତ ହୋଇଯାଇଛି । ସମିତିରସଭାପତି ବିଜୟଲକ୍ଷ୍ମୀ ସେନାପତି ସଭାରେ ସଭାପତିତ୍ୱ କରିଥିବାବେଳେ ମିନତି ବେହେରା ସଭା ପରିଚାଳନା କରିଥିଲେ । ସହଯୋଗ କରିଥିଲେ ଆରତୀ ମହାନ୍ତି ଓ କାନନବାଳା ମହାନ୍ତି । ସମିତିର ଉପସଭାପତି ଜ୍ୟୋସ୍ନା ମହାପାତ୍ର ଓ ଗାୟତ୍ରୀ ମହାନ୍ତି ଏଥିରେ ଉପସ୍ଥିତ ଥିଲେ ।


