ବିନାନୁମତିରେ ସ୍କୁଲରେ ପଶି ଭିଡିଓ ଚିତ୍ର ଉତ୍ତୋଳନକୁ ନେଇ ସ୍କୁଲ କମିଟି ପକ୍ଷରୁ ନୋଟିସ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦଲକି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ପଶି ବିନାନୁମତିରେ ଭିଡିଓ ଚିତ୍ର ଉତ୍ତୋଳନ କରିବାକୁ ନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ ନୋଟିସ ଜାରି କରାଯାଇଛି । ସ୍କୁଲ ପରିଚାଳନା କମିଟି ପକ୍ଷରୁ ହୋଇଥିବା ଅଭିଯୋଗରୁ ଜଣାଯାଇଛି ଯେ ହଦଗଡର ମଦନ ନନ୍ଦି ନାମକ ଜଣେ ବ୍ୟକ୍ତି ଗତ ଜୁଲାଇ ୨୩ ତାରିଖରେ ବିନାମୁତିରେ ସ୍କୁଲରେ ପ୍ରବେଶ କରି ଛାତ୍ରଛାତ୍ରୀ ମାନଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିବା ସହିତ ଭିଡିଓ ଚିତ୍ର ଉତ୍ତୋଳନ କରି ଏହାକୁ ଭାଇରାଲ କରିବାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଅସନ୍ତୋଷ ପ୍ରକାଶ କରିଛି । ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇ ଜିଲ୍ଲାର ଏକ ସୁନାମଧନ୍ୟ ସ୍କୁଲ ଭାବେ ପରିଗଣିତ ହୋଇଥିବା ଏହି ବିଦ୍ୟାଳୟକୁ ବଦନାମ କରିବା ଉଦ୍ଦେଶ୍ୟରେ ଭିଡିଓକୁ ଭାଇରାଲ କରିବା ଘଟଣାରେ ସ୍କୁଲ ପରିଚାଳନା କମିଟି ମଦନ ନନ୍ଦୀଙ୍କୁ ନୋଟିସ ଜାରି କରି ଏହାର ଷ୍ପଷ୍ଟିକରଣ ଦେବାକୁ କହିଛି । ସେହିପରି ପୁର୍ବତନ ପରିଚାଳନା କମିଟି ସଭାପତି ରବିନ୍ଦ୍ର କୁମାର ଦେହୁରୀଙ୍କୁ ନୋଟିସ କରାଯିବା ସହ ପଞ୍ଚାୟତର ଶିକ୍ଷା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷଙ୍କୁ ମଧ୍ୟ ଏବାବଦରେ ଅବଗତ କରାଯାଇଥିବା ପ୍ରଧାନ ଶିକ୍ଷକ ପିତାବାସ ପ୍ରଧାନ, ପରିଚାଳନା କମିଟି ସଭାପତି ଚକ୍ରଧର ହୋ, ଅବଳା ନାୟକ, ସୁରେଶ ନାୟକ, ପାଗଳ ନାୟକ, କାଳନ୍ଦି ନାୟକ, ପାଣ୍ଡା ହୋ, ଲଦର ହୋ, ସୁରୁ ହୋ, ରାମରାଇ ମହାକୁଡ, ସୁରୁ ମହାକୁଡ, ଚାନ୍ଦୁ ହୋ, ରେଗା ହୋ, ସୋମବାରୀ ହୋ, ମାଣିକ ହୋ, ପଦ୍ମିନୀ ନାୟକ, ଶିକ୍ଷକ ପ୍ରତିନିଧି ଲକ୍ଷ୍ମୀନାରାୟଣ ନାୟକ, ଆକାଶ କୁମାର ସାହୁ, ଦୁର୍ଗାପ୍ରସାଦ କର, ଛାତ୍ର ପ୍ରତିନିଧି ଶ୍ୟାମ ବଦରା, ବର୍ଷାରାଣୀ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି । ୭ଦିନ ଭିତରେ ନୋଟିସର ସନ୍ତୋଷ ଜନକ ଉତ୍ତର ନଦେଲେ ଆଇନର ଆଶ୍ରୟ ନିଆଯିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଚେତାବନି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ