ହାଟଡିହିରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା
ହାଟଡ଼ିହି,( ଯୁଗାବ୍ଦ ନ୍ୟୁଜ୍): ହାଟଡିହି ହାଇସ୍କୁଲରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ହାଟଡିହି ସରପଞ୍ଚ ଅନୁସୁୟା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଳନ କରି ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା, ପ୍ରଧାନ ଶିକ୍ଷକ ଶିଶିର କୁମାର କର ପ୍ରମୁଖ ଯୋଗଦେଇଥିବାବେଳେ ଖେଳ ଶିକ୍ଷକ ପ୍ରମୋଦ କୁମାର ବେହେରା, ଶାନ୍ତନୁ କୁମାର ରାଉତ, ଦେବେନ୍ଦ୍ର ଖୁଣ୍ଟିଆ, ବିଜୟ କୁମାର ନାୟକ, ସୁବାସ ଚନ୍ଦ୍ର ଜେନା, ପରେଶ କୁମାର ପରିଡା, ଦେବାଶିଷ ବେହେରା, ଶରତ କୁମାର ସାହୁ, ସୁଚିସ୍ମିତା ରାଉତ, ରଞ୍ଜିତା ବେହେରା, ପବିତ୍ରା ରାଉତ ପ୍ରମୁଖ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖେଳ ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ୧୫୬ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାର କୃତ୍ତି ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ବୋଲି ପ୍ରଧାନ ଶିକ୍ଷକ ଶିଶିର କୁମାର କର କହିଛନ୍ତି ।


