ବିନା ଅନୁମତିରେ ରାତିରେ ଓ ଦିନରେ ରାସ୍ତା ଖୋଳାକୁ ନେଇ ଅସନ୍ତୋଷ
ଢେଙ୍କାନାଳ, (ତାପସଦାସ):ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ କାକୁଡିଭାଗ, ଅଉଖମା,ଚନ୍ଦ୍ରଶେଖରପ୍ରସାଦ,ମହୁଲପୁଞ୍ଜି,ବେଗୁନିଆପାଳ ଓ ଭାପୁର ଗ୍ରାମ ରାସ୍ତାର ବିଭିନ୍ନ ସ୍ଥାନରେ ଗୋଟିଏ ପାର୍ଶ୍ଵରେ ଠିକାଦାର ବିନା ଅନୁମତିରେ ରାତିରେ ଓ ଦିନରେ ପାଇପ୍ ବିଛାଇବା ନିମନ୍ତେ ଜେ ସି ବି ଲଗାଇ ପିଚୁ ଓ କଂକ୍ରିଡରାସ୍ତା ଖୋଳି ଦେଇଥିବା ଥିବା ଅଭିଯୋଗ ହୋଇଛି । ଏହି ରାସ୍ତାର ଗୋଟିଏ ପାର୍ଶ୍ଵରେ ଠିକାଦାର ମାଟି ଖୋଳି ଦେଇଛି । ରାସ୍ତାର ୫୦ ପ୍ରତିଶତ ଉପରେ ମାଟି ପଡ଼ି ଥିବା ଦେଖିବାକୁ ମିଳୁଛି । ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ପ୍ରତି ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରକଳ୍ପ କାମ ହେଉଛି । ଏହି ମେଗା ପ୍ରକଳ୍ପ ଦ୍ବାରା ଲୋକେ ସୁବିଧାରେ ଶୁଦ୍ଧ ପାନୀୟ ଜଳ ପାଇବେ ବୋଲି ଆଶାବାଦୀ ଥିବା ବେଳେ ଏହି ପ୍ରକଳ୍ପର ଠିକାଦାର ବିନା ଅନୁମତିରେ ରାତିରେ ଓ ଦିନରେ ପାଇପ୍ ପକାଇ ଜେ ସି ବି ସାହାଯ୍ୟରେ ଅଉଖମା,ଚନ୍ଦ୍ରଶେଖରପ୍ରସାଦ, କାକୁଡ଼ିଭାଗ,ବେଗୁନିଆପାଳ, ମହୁଲପୁଞ୍ଜି ଓ ଭାପୁର ଗ୍ରାମର ବିଭିନ୍ନ ରାସ୍ତା ଖୋଳି ଦେଇଥିବା ଜନ ଅସନ୍ତୋଷ ପ୍ରକାଶ ପାଇଛି । ଜେ ସି ବି ଦ୍ୱାରା ଖୋଲିବାରୁ ରାସ୍ତା ନଷ୍ଟ ହେଉଛି । ଏହି ପ୍ରକଳ୍ପର ବାଲେଶ୍ୱର ଜିଲ୍ଲାର ଠିକାଦାର ମ୍ୟାନେଜରଙ୍କୁ ଲଗାଇ ବିନା ଅନୁମତିରେ ଏହି ସବୁ ରାସ୍ତା ଖୋଳି ଦେଇଥିବାର ଅଭିଯୋଗ ହୋଇଛି । ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଏବଂ ପୂର୍ତ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀଙ୍କ ଏବଂ ରାତିରେ ଓ ଦିନରେ ପାଇପ୍ ପକାଇ ରାସ୍ତା ମନ ଇଚ୍ଛାରେ ଖୋଳି ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଲରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏପରି କି ଅନ୍ୟ ରାଜ୍ୟର ଅଣ କୁଶଳୀ ଶ୍ରମିକଙ୍କୁ ଅଳ୍ପ ପାରିଶ୍ରମିକ ଦେଇ କାମରେ ନିୟୋଜିତ କରାଯାଉ ଥିବାର ଅଭିଯୋଗ ହେଉଛି ।