ବିନା ପରମିଟରେ ଗଜପତିରୁ ଆନ୍ଧ୍ରକୁ ବସ୍ ଚଳାଚଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ କିଛି ଦିନ ହେବ ଆନ୍ଦ୍ରପ୍ରଦେଶର ଏକ ଯାତ୍ରୀବାହୀ ବସ୍ କାଶୀନଗର ଠାରୁ ଆନ୍ଧ୍ରର ବିଜୟନଗର ଚଳାଚଳ କରୁଛି । କିନ୍ତୁ ଉକ୍ତ ବସ୍‌ର ଓଡିଶାରେ ଯାତାୟତ ପାଇଁ କୈାଣସୀ ପରମିଟ ନାହିଁ ବୋଲି ଜଣାପଡିଛି । ଆନ୍ଧ୍ର ବସ ଓଡିଶାରେ ପ୍ରବେଶ କରୁଥିଲେ ମଧ୍ୟ ପ୍ରସାଶନର ଦୃଷ୍ଟି ନ ଥିବା ଜଣାପଡିଛି । ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସୁଚନା ଦେଇ ବସକୁ ତନଖି କରାଯିବ ବୋଲି କହିଛନ୍ତି । ଜିଲ୍ଲା ବସ ମାଲିକ ସଂଘ ସଭାପତି ଚିତ୍ରି ସିମାଦ୍ରୀଙ୍କୁ ପଚାରିବାରୁ ଏପରି ନମ୍ବର ଓ ରୁଟରେ କୌଣସି ବସ ଚଳାଚଳ କରୁଥିବା ସଂଘ ଜାଣି ନାହିଁ । ଉକ୍ତ ବସ ଭୋର ୪.୪୫ମିନିଟରେ କାଶୀନଗରରୁ ଛାଡି ପୁଣି ରାତ୍ର ୮ଟାରେ ଫେରୁଛି । ବିନା ପରମିଟରେ ଓଡିଶା ପରିବହନ ବିଭାଗକୁ ଭୁଁଆ ବୁଲାଇ ଏହି ଗାଡିଟି ଯାତାୟତ କରୁଥିବାରୁ ଏହାର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ