ବିନା ଲାଇସେନ୍ସରେ ଚାଲିଛି ୮ଠ% ଢାବା ଓ ରେସ୍ତୋରାଁ
ମୁମ୍ବାଇ, (ଏଜେନ୍ସି): ଦେଶର ଅନେକଗୁଡ଼ିଏ ହୋଟେଲ୍, ରେସ୍ତୋରାଁ ଓ ଢାବା ନିକଟରେ ଖାଦ୍ୟ ସୁରକ୍ଷା ଲାଇସେନ୍ସ ନାହିଁ । ଖାଦ୍ୟ ବିକ୍ରି ହେଉଥିବା ପ୍ରତି ୫ଟିରୁ କେବଳ ଗୋଟିଏ ନିକଟରେ ଖାଦ୍ୟ ସୁରକ୍ଷା ଲାଇାସେନ୍ସ ରହିଛି । ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଏବଂ ଷ୍ଟାଣ୍ଡାର୍ଡ଼ସ ଅଥରିଟି ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ) ଉପରେ ଚାପ ବୃଦ୍ଧି ପାଇଛି ଯେ ସେମାନେ ସାଧାରଣତଃ ଛୋଟ ବ୍ୟବସାୟିଙ୍କ ପଞ୍ଜୀକରଣ କରିବାରେ ବ୍ୟଗ୍ରତା ଆଣନ୍ତୁ । ଫୁଡ଼ ରେଗୁଲେଟର୍ ଏବଂ ନ୍ୟାସ୍ନାଲ୍ ରେଷ୍ଟୋରାଁ ଆସୋସିଏସନ୍ ଅଫ ଇଣ୍ଡିଆ (ଏନ୍ଆର୍ଏଆଇ)ର ସଦ୍ୟତମ ଡାଟା ଅନୁସାରେ ଦେଶରେ ପାଖାପାଖି ୨୪.୯ଲକ୍ଷ ଖାଦ୍ୟ ବ୍ୟବସାୟୀ ଅପରେଟର୍ସ (ଏଫ୍ବିଆଇ) ରହିଛନ୍ତି । ଏଥିମଧ୍ୟରୁ ପାଖାପାଖି ୪.୬୭ଲକ୍ଷଙ୍କ ନିଟକରେ ଏଫ୍ଏସ୍ଏସ୍ଏଆଇ ଲାଇସେନ୍ସ ରହିଛି । ଏଫ୍ବିଓରେ ରେସ୍ତୋରାଁ, ଇଟରୀ ଓ ଢାବା ପରି ସମସ୍ତ ପ୍ଲାଟ୍ଫର୍ମ ସାମିଲ । ଗତ ସପ୍ତାହରେ ଏଫ୍ଏସ୍ଏସ୍ଏଆଇ ସମସ୍ତ ରାଜ୍ୟର ଫୁଡ଼୍ ଆଣ୍ଡ ଡ୍ରଗ୍ ଆଡ଼ମିନିଷ୍ଟ୍ରେସନ୍କୁ ଚିଠି ପଠାଇ ଯାଞ୍ଚ୍ରେ କୌଣସି ଅଭାବ ପରିଲକ୍ଷିତ ନହେଲେ ଆବେଦନର ଦୁଇ ମାସ ଭିତରେ ବ୍ୟବସାୟୀଙ୍କୁ ଲାଇସେନ୍ସ ଦେବାକୁ କୁହାଯାଇଛି । ତେବେ ଅତ୍ୟନ୍ତ ଛୋଟ ବ୍ୟବସାୟୀଙ୍କୁ ମଞ୍ଜୁରୀ ମିଳିବା ତଥା ଆବେଦନ ରଦ୍ଦ ହେବା ସମ୍ବନ୍ଧରେ ନିର୍ଣ୍ଣୟ ନହେବା ସ୍ଥଳେ ମଧ୍ୟ କାମ ଆରମ୍ଭ କରିପାରିବାର ରିହାତି ଦେଇଥିଲେ । ଏଫ୍ଏସ୍ଏସ୍ଏଆଇର ଚିଠି ଅନୁସାରେ ଯଦି ସପ୍ତାହେ ମଧ୍ୟରେ ରୋଷେଇ ଓ ଖାଦ୍ୟ ନିରିକ୍ଷଣର ଆଦେଶ ନଆସେ କିମ୍ବା ମାସକ ଭିତରେ ଆବେଦନରେ କୌଣସି ନିଷ୍ପତ୍ତି ନହୁଏ, ତେବେ ଅପରେଟର୍ ବ୍ୟବସାୟ ଆରମ୍ଭ କରିପାରିବେ । ରେଗୁଲେଟର୍ଙ୍କ ଅନୁସାରେ ଏଫ୍ଏସ୍ଏସ୍ଏଆଇକୁ ଖାଦ୍ୟ ବ୍ୟବସାୟ ଅପରେଟର୍ସଙ୍କ ପକ୍ଷରୁ ଅନେକ ଅଭିଯୋଗ ମିଳିଛି । ଏଥିରେ ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଉଲ୍ଲେଖ ହୋଇଛି । ଯଦ୍ୱାରା ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାରେ ବିଳମ୍ବ ହେଉଥିବା ପ୍ରକାଶ କରାଯାଇଛି । ଏଫ୍ଏସ୍ଏସ୍ଏଆଇର ମୁଖ୍ୟ କାର୍ଯ୍ୟକାରୀ ଅଫିସର୍ ପବନ କୁମାର ଅଗ୍ରୱାଲ ଏହି ତଥ୍ୟ ସମ୍ବନ୍ଧରେ ପୁଷ୍ଠି କରିଛନ୍ତି । ଖାଦ୍ୟ ସେବା ସେକ୍ଟରର ମୂଲ୍ୟ ପାଖାପାଖି ପାଖାପାଖି ୪.୨୩ଲକ୍ଷ କୋଟି ରହିଛି । ହେଲେ ଇଣ୍ଡଷ୍ଟ୍ରୀର ୬୫% ଅଂଶ ଏବେବି ଅସଂଗଠିତ ରହିଛି । ତେବେ ଏନ୍ଆର୍ଆଇଙ୍କ ଅନୁସାରେ ଏହି ଆକଳନ ୨୦୨୩ ସୁଦ୍ଧା ହ୍ରାସ୍ ପାଇ ୫୭%କୁ ଆସିଯିବ । ପ୍ରକାଶ ଯେ ବର୍ତ୍ତମାନ ଯେତିକି ଇଟରିଜ୍ଙ୍କ ନିକଟରେ ଳାଇସେନ୍ସ ରହିଛି, ତନ୍ମଧ୍ୟରୁ ଅଧା କେବଳ ଦୁଇଟି ରାଜ୍ୟରେ ରହିଛି । ତାମିଲନାଡ଼ୁରେ ୧.୧୬ଲକ୍ଷ ଏଫ୍ବିଓ ନିକଟରେ ଲାଇସେନ୍ସ ରହିଛି । ତେବେ ମହାରାଷ୍ଟ୍ରରେ ୯୦,୫୩୦ ଅପରେଟର୍ସ ପଞ୍ଜିକୃତ ହୋଇଛନ୍ତି । ଖାଦ୍ୟ ସେବାପ୍ରଦାନକାରୀ କମ୍ପାନୀଗୁଡ଼ିକ ୨୦୧୮-୧୯ରେ ୧୮ହଜାର କୋଟି ଟଙ୍କାର ଟିକସ ଦେଇଥିଲା । ଯାହାକି ସଂଗଠିତ ବଜାରର ପାଖପାଖି ୧୨% । ଇଣ୍ଡଷ୍ଟ୍ରୀ ପକ୍ଷରୁ ଏହି ଟିକସ ଇନ୍ପୁଟ୍ ଟିକସ କ୍ରେଡ଼ିଟ୍ ଶେଷ ହେବା, ମୁଦ୍ରାସ୍ଫିତି ଓ ଭଡ଼ା ବୃଦ୍ଧି ପରି ସମସ୍ତ ସମସ୍ୟା ପରେ ବି ଦିଆଯାଇଛଇ ।


