ବିନା ଶିକ୍ଷକରେ ଉଚ୍ଚ ବିଦ୍ୟାଳୟ ଖବର ପ୍ରକାଶ ପରେ ନିଯୁକ୍ତି ହେଲେ ଚାରିଜଣ ଶିକ୍ଷକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସଭିଏଁ ପଢନ୍ତୁ ସଭିଁଏ ବଢନ୍ତୁ ନାରା ବାସ୍ତବରେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହେଉନି। ନାରାବାଜି ଠାରୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନ ଏହି ନାରାଦେଇ ଆଗାକୁ ବଢୁଥିବା କୁହାଯାଉଥିବା ବେଳେ ବାସ୍ତବ ଚିତ୍ର ପୁରା ଭିନ୍ନ , ଶିକ୍ଷା କ୍ଷେତ୍ରରେ ସରକାର ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି କିନ୍ତୁ ତାହାର ସୁଫଳ ପରିଲକ୍ଷିତ ହୋଇପାରୁନାହିଁ। କୋଉଠି ନା କୋଉଠି ଯୋଜନା ବାଟବଣା ହେଉଥିବା ପରିଲକ୍ଷିତ ହେଉଥିବାଦେଖିବାକୁ ମିଳିଛି। ବିଦ୍ୟାଳୟ ଅଛି ତ ଶିକ୍ଷକ ନିଯୁକ୍ତି ନାହିଁ। ଏ ଭଳି ଗୁଣାତ୍ମକ ଶିକ୍ଷାର ବିକଳ ଚିତ୍ର ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମପଞ୍ଚାୟତ ନରସିଂହଗଡ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଛାତ୍ର ଛାତ୍ରୀ ଙ୍କୁ ସହଜ ସୁବିଧା ରେ ଗ୍ରାମାଞ୍ଚଳରେ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ୨୦୧୫ ମସିହା ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ କୁ ପରିବର୍ତ୍ତନ କରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ପରିଣତ ହୋଇଥିଲା। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ପୁର୍ବରୁ ରହିଆସୁଥିବା ବେଳେ ଏବେ ପ୍ରଥମେ ରୁ ଦଶମ । ଦୀର୍ଘ ୭ ବର୍ଷ ହେଲା ନବମ ଏବଂ ଦଶମ ଶ୍ରେଣୀ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ହେଲେ ପାଠ ପଢ଼ାଇବାକୁ ଶିକ୍ଷକ ନିଯୁକ୍ତି ନାହିଁ। ଉନ୍ନତ ମାନର ଶିକ୍ଷା ପ୍ରଦାନ ରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହେଉଛି। ପ୍ରାଥମିକ ବିଦ୍ୟାଳୟ ର ୭ଜଣ ଶିକ୍ଷକ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢ଼ାଉଥିବା ବେଳେ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ ନିଯୁକ୍ତି ର ଆବଶ୍ୟକତା ରହିଛି । ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ସେହି ସ୍କୁଲ ର ଶିକ୍ଷକ ମାନେ ପାଠ ପଢ଼ାଉଥିବା ଜଣା ପଡ଼ିଛି। ଶିକ୍ଷକ ଅଭାବ ସହିତ ପ୍ରଥମ ରୁ ଦଶମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ଙ୍କ ପାଇଁ ୬ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ଗୋଟିଏ ଗୃହ ରେ ଦୁଇଟି ଶ୍ରେଣୀ ର ଛାତ୍ର ଛାତ୍ରୀ ପଠା ପଢୁଛନ୍ତି ଶ୍ରେଣୀ ଗୃହ ଅଭାବ ଯୋଗୁଁ ବାରଣ୍ଡା ରେ ଶିକ୍ଷା ଦାନ କରାଯାଉଛି। ଭିତ୍ତିଭୂମି ର ଅଭାବ ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ପାନୀୟ ଜଳ ଖେଳ ପଡିଆ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସରକାରଙ୍କ ପ୍ରୋତ୍ସାହନ ଅନୁଦାନ ଅର୍ଥ ର ଅଭାବ ଯୋଗୁଁ ଶିକ୍ଷା ଦାନ ରୁ ଛାତ୍ର ଛାତ୍ରୀ ମାନେ ବଞ୍ଚିତ ହେଉଥିବା ପରିଲକ୍ଷିତ ହେଉଛି। ଏଭଳି ସରକାରଙ୍କ ନୀତି କୁ ଅଭିଭାବକ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି।ସ୍କୁଲ କତୃପକ୍ଷ ଏବଂ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଥିଲେ ମଧ୍ୟ ପଦକ୍ଷେପ ଗ୍ରହଣ ଯାଇନାହିଁ। ଏନେଇ ଗଣମାଧ୍ୟମରେ ବିନା ଶିକ୍ଷକରେ ଉଚ୍ଚ ବିଦ୍ୟାଳୟ ଶୀର୍ଷକ ଖବର ପ୍ରସାରଣ ପରେ ସରକାରଙ୍କ ପକ୍ଷରୁ ଗୁରୁତର ସହ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରି ଚାରିଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ଗ୍ରାମବାସୀ,ସ୍କୁଲ ପରିଚଳନା କମିଟି, ଅଭିଭାବକ, ଛାତ୍ର ଛାତ୍ରୀ ସରକାରଙ୍କୁ ଏବଂ ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି ବ୍ଲକ ଶିକ୍ଷ୍ୟାଧିକାରୀ କୁରେଶୂ ସେଠୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗଣମାଧ୍ୟମ ପ୍ରତିନିଧି ପଦ୍ମ ଲୋଚନ ପାଣିଗ୍ରାହୀ ସ୍କୁଲର ସମସ୍ୟା ସମ୍ପର୍କ ରେ ବାରମ୍ୱାର ପ୍ରକାଶ କରିଥିବାରୁ ସାଧୁବାଦ୍ ଜଣାଇଛନ୍ତି। ୪ ଜଣ ଶିକ୍ଷକଙ୍କ ମଧ୍ୟରୁ ୩ଜଣ ଗଜପତି ଜିଲ୍ଲାରୁ ଆସିଥିବା ବେଳେ ଜଣେ ଶିକ୍ଷୟତ୍ରୀ ସାନଖେମୁଣ୍ଡି ବ୍ଲକ୍ ଗୌତମୀ ପଞ୍ଚାୟତରୁ ଆସିଥିବା ଜଣାପଡ଼ିଛି। ନୂତନ ଭାବେ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ